ଗଣମାଧ୍ୟମ ଜରିଆରେ ନିଜର ପ୍ରାସଙ୍ଗିକତା ବଜାୟ ରଖିବାକୁ ଉଦ୍ୟମ କରୁଛି ବିଜେପି : ସସ୍ମିତ

0

ଭୁବନେଶ୍ୱର: ରାଜ୍ୟରେ ପ୍ରାସଙ୍ଗିକତା ହରେଇଛି ବିଜେପି । ଗଣମାଧ୍ୟମ ଜରିଆରେ ନିଜର ପ୍ରାସଙ୍ଗିକତା ବଜାୟ ରଖିବାକୁ ଉଦ୍ୟମ କରୁଛି ବିଜେପି । ଏମିତି କଡା ଭାଷାରେ ବିଜେପିକୁ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ପୂର୍ବାହ୍ନରେ ବିଜେପି ସଭାପତି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଚାରିଥିଲେ ୫ ପ୍ରଶ୍ନ । ଏହାର ଜବାବ ରଖିଛନ୍ତି ସସ୍ମିତ । ସସ୍ମିତ କହିଛନ୍ତି, ରାଜ୍ୟ ବିଜେପି ବର୍ତ୍ତମାନ ହତାଶ ଏବଂ ନିରାଶ । କାରଣ ଉପନିର୍ବାଚନ ହାରିହାରି ବିଜେପି ଥକି ଯାଇଛି । ୨୦୧୪ ଏବଂ ୨୦୧୯ ନିର୍ବାଚନୀ ସମୟରେ ମଧ୍ୟ ବିଜେପି ଏହିଭଳି ବାରମ୍ବାର ସମ୍ମିଳନୀ କରୁଥିଲା । ତୁହାକୁ ତୁହା ସିଇଓ ଅଫିସକୁ ଦୌଡୁଥିଲା । ପାରମ୍ପାରିକ ଭାବେ ବିଜେପି ଅନେକ ଅପଚେଷ୍ଚା କରିନ୍ତି । ବିଜେପି ମୁହଁକୁ ଲଜ୍ଜା ଥିଲେ ସେମାନେ ଏତେ ତଳସ୍ତରକୁ ଖସି ନଥାନ୍ତେ । କଳାଟଙ୍କା ବାଣ୍ଟିବା ଏବଂ ହିଂସା କରିବା ଭଳି ଅପଚେଷ୍ଚା କରିଥାଏ ବିଜେପି । କିଛି ଦିନ ତଳେ ବିଜେପି ନେତାଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ଏହା ହେଉଛି ତାହାର ଜ୍ୱଳନ୍ତ ଉଦାହରଣ । ବିଜେପି ରାଜ୍ୟରେ ପ୍ରାସଙ୍ଗିକତା ହରାଇ ସାରିଛି । ନିଜର ପ୍ରାସଙ୍ଗିକତା ବଜାୟ ରଖିବା ପାଇଁ ବିଜେପି ସବୁବେଳେ ଗଣମାଧ୍ୟମର ସାହାରା ନେଉଛି । ସାମ୍ବାଦିକ ସମ୍ମିଳନୀ କରି ମିଥ୍ୟା ଆରୋପ କରୁଛି ।