ଗଣଶିକ୍ଷମନ୍ତ୍ରୀ ସମୀର ଦାଶଙ୍କ ଇସ୍ତଫା ଓ ତାଙ୍କ ଗିରଫ ଦାରି ଦାବି କରି ବିଜେପି ପକ୍ଷରୁ କୁଶପୁତ୍ତଳିକା ଦାହ

0

ପୁରୀ/ଜୟନ୍ତ କୁମାର ସେଠି : ଗଣଶିକ୍ଷମନ୍ତ୍ରୀ ସମୀର ଦାଶଙ୍କ ଇସ୍ତଫା ଓ ତାଙ୍କ ଗିରଫ ଦାରି ଦାବି କରି ଆଜି ନିମାପଡା ବିଜେପି ପକ୍ଷରୁ ନିମାପଡାର ଶହେଟି ସ୍ଥାନରେ ମନ୍ତ୍ରୀ ସମିର ଦାଶଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ବଜେପି ନେତ୍ରୀ ପ୍ରଭାତୀ ପରିଡ଼ା, ବରିଷ୍ଠ ବିଜେପି ନେତା ବିଭୁ ପ୍ରସାଦ ତରେଇଙ୍କ ନେତୃତ୍ବରେ ଏହି ପ୍ରତିବାଦ କରାଯାଇ ଥିଲା। ବିଜେପି ଅଭିଯୋଗ କରିଛି ଯେ ଗଣଶିକ୍ଷା ମନ୍ତ୍ରୀ ସମୀର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛରେ ମୁଖ୍ୟ ଦାୟୀ ।

ମୃତ ଧର୍ମେନ୍ଦ୍ର ସାହୁ ଖୋଦ୍ ନିଜ ଫୋନ୍ କଲରେ ଏହା କହିଛନ୍ତି। କିନ୍ତୁ ଦୁଃଖର ବିଷୟ ରାଜ୍ୟ ସରକାର ହତ୍ୟା କାରୀ ଓ ଯୌନ କଳେଙ୍କରୀ ରେ ସଂପୃକ୍ତ ମନ୍ତ୍ରୀ ସମୀର ଦାସଙ୍କୁ ଘଣ୍ଟ ଘୋଡାଉ ଛନ୍ତି। ନିମାପଡାରେ ପ୍ରସଙ୍ଗକୁ ଲୋକ ଲୋଚନରୁ ଦୂରେଇ ନେବାକୁ ଜନ ସମ୍ପର୍କ ପଦଯାତ୍ରା ନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମାବେଶ କରାଯାଉଛି। କିନ୍ତୁ ବିଜେପି ମନ୍ତ୍ରୀଙ୍କୁ ଖୁଲମ ଖୁଲା ଚାଲେଞ୍ଜ ଦେଉଚି। ସତ୍ ସାହସ ଅଛି ମନ୍ତ୍ରୀ ବିଜେପି ନେତାଙ୍କ ସହ ଖୋଲା ବିତର୍କ କରନ୍ତୁ। ତେବେ ମନ୍ତ୍ରୀ ସମୀର ଦାଶ ଇସ୍ତଫା ନ ଦେବା ଯାଏ ବିଜେପି ଜୋରଦାର ଆନ୍ଦୋଳନ କରି ଚାଲିବ ବୋଲି ବିଜେପି କହିଛି।