ଗତ ୨୪ ଘଣ୍ଟାରେ ୩ ଲକ୍ଷ ୩୭ ହଜାର ୭୦୪ ନୂଆ ସଂକ୍ରମିତ ଚିନ୍ହଟ

ଦେଶରେ କରୋନା ମାମଲା ସମୁଦ୍ର ପରି ମାଡି ଚାଲିଛି । ଲଗାତର ୩ ଦିନ ହେବ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହିଛି।

0

(ଦିଲ୍ଲୀ) : ଦେଶରେ କରୋନା ମାମଲା ସମୁଦ୍ର ପରି ମାଡି ଚାଲିଛି । ଲଗାତର ୩ ଦିନ ହେବ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହିଛି। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୩୭ ହଜାର ୭୦୪ ନୂଆ ମାମଲା ସାମ୍ନାକୁ ଆସିଛି। ଅନ୍ୟପଟେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୦ ହଜାର ୫୦ମାମଲା ସାମ୍ନାକୁ ଆସିଛି । ଗତ କାଲି ଅପେକ୍ଷା ଆଜି ୩.୬୯ ପ୍ରତିଶତ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନାନୁଯାୟୀ , ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ବଢ଼ିଯାଏ ୨୧ ଲକ୍ଷ ୧୩ ହଜାର ୩୬୫ ହୋଇଛି। ସକ୍ରିୟ ମାମଲା ମୋଟ ୫.୪୩ ପ୍ରତିଶତ ହୋଇଛି। ବର୍ତ୍ତମାନ ଦେଶରେ ସୁସ୍ଥ ସଂଖ୍ୟା କମି ୯୩.୩୧ ପ୍ରତିଶତ ହୋଇଛି। ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୪୨ ହଜାର ୬୭୬ ଲୋକ। ଏହାକୁ ମିଶାଇ ଏବେ କରୋନାରେ ସୁସ୍ଥ ହୋଇଥିବା ସଂଖ୍ୟା ବଢ଼ି ୩ କୋଟି ୬୩ ଲକ୍ଷ ଏକ ହଜାର ୪୮୨ ହୋଇଛି। ଏହା ସହିତ ଦୈନିକ ସଂକ୍ରମମ ହାର ୧୭.୨୨ ପ୍ରତିଶତ ଓ ସପ୍ତାହିକ ପଜିଟିଭ ହାର ୧୬.୬୫ ପ୍ରତିଶତ ରେକର୍ଟ କରାଯାଇଛି।