(ଜୟନ୍ତ କୁମାର ସେଠୀ /ପୁରୀ): ବିଶ୍ବ ମହାମାରୀ କରୋନା ଭୁତାଣୁ ସମଗ୍ର ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି ଯାହା ଫଳରେ ପ୍ରସାଶନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏନେଇ ଏନ୍ଫୋର୍ସମେଣ୍ଟ ଟିମ ଦ୍ୱାରା ଯୋରଦାର ଯାଞ୍ଚ ଚାଲିଛି । ଏନ୍ଫୋର୍ସମେଣ୍ଟ ଟିମର ଗୋଟିଏ ଦଳ ଆଜି ସ୍ଥାନୀୟ ମାର୍କେଟ ଛକରେ କଡାକଡି ଭାବେ ମାସ୍କ ଯାଞ୍ଚ କରୁଛନ୍ତି । ଏହି ଟିମ ବିଭିନ୍ନ କରୋନା ଗାଇଡଲାଇନ ଖିଲାପକାରିଙ୍କୁ ସଚେତନ କରିବା ସହ ୩୪୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଏହି ଟିମର ନେତୃତ୍ୱ ନେଇଥିଲେ ।