ଗାଡ଼ିରେ ହଠାତ୍ ଲାଗିଲା ନିଆଁ

0

(ସତ୍ୟ ନାରାୟଣ ପାଲ / ରାଇରଙ୍ଗପୁର) : ବାରିପଦାସ୍ଥିତ ମଧୁବନ ମିନି ଷ୍ଟାଡିୟମ ସମ୍ମୁଖରେ ଛିଡା ହୋଇଥିବା (କ୍ଟୟ-୧୧ଝ-୬୯୭୩) ନମ୍ବର ପଲସର ଗାଡ଼ିରେ ହଠାତ ଲାଗିଲା ନିଆଁ। ବାଇକଟି ଛିଡା ହୋଇଥିବା ସ୍ଥାନରେ ଅନେକ ଦୋକାନ ରହିଥିଲା । ସ୍ଥାନୀୟ ଲୋକେ ସାହାସିକତା ଦେଖାଇ ନିଆଁ ଲିଭାଇବା ସହ ଦୋକାନ ଗୁଡିକ ନିଆଁ ଲାଗିବାରୁ ବଞ୍ଚାଇଲେ। ଏଥିରେ କୌଣସି ଧନ ଜୀବନ ନଷ୍ଟ ହୋଇନାହିଁ। ଏବଂ ସଙ୍ଗେ ସଙ୍ଗେ ନିଆଁ ଲିଭାଇବା ପାଇଁ ବାରିପଦା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା । କିନ୍ତୁ ଅଗ୍ନିଶମ ବାହିନୀ ଆସିବା ପୂର୍ବରୁ ନିଆଁକୁ ଆୟତ୍ତ କରିଥିଲେ ସ୍ଥାନୀୟ ଲୋକ। ବାରିପଦା ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।