ଗାଧୋଇବାକୁ ଯାଇ ପ୍ରାଣ ହରାଇଲେ ଆଇଟିଆଇ ଛାତ୍ର

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ସାଙ୍ଗମାନଙ୍କ ସହିତ ଚନ୍ଦ୍ରଭାଗାକୁ ଗାଧୋଇବାକୁ ଯାଇ ରବିବାର ଅପରାହ୍‌ଣରେ ଜଣେ ଆଇଟିଆଇ ଛାତ୍ର ସମୁଦ୍ରରେ ବୁଡ଼ି ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ହେଲେ କଟକ ଜିଲ୍ଲା କୋରକର ଗ୍ରାମର ସୌରଜିତ ରାଉତ
ସୂଚନା ଅନୁସାରେ ସୌରଜିତ ନିଆଳିର ଏକ ଘରୋଇ ଆଇଟିଆଇ କଲେଜରେ ପଢୁଥିଲେ ଏବଂ ଏଠାରେ ସେ ସାଙ୍ଗମାନଙ୍କ ମେସରେ ରହୁଥିଲେ । କଟକ ଜିଲ୍ଲା ନିଆଳି ଥାନା ଅର୍ନ୍ତଗତ କଣ୍ଟାପଡ଼ା ଅଞ୍ଚଳର କୋରକର ଗ୍ରାମରେ ତାଙ୍କ ଘର । ସୌରଜିତ ଆଜି ସକାଳୁ ସାଙ୍ଗଙ୍କ ସହିତ କୋଣାର୍କ ବୁଲିବାକୁ ଯାଇଥିଲେ। ବୁଲାବୁଲି କରିବା ପରେ ସେମାନେ ଚନ୍ଦ୍ରଭାଗାସ୍ଥିତ ସମୁଦ୍ରକୁ ଗାଧୋଇବା ପାଇଁ ପ୍ରବେଶ କରିଥିଲେ। ଏହ ସୟମରେ ସୌମ୍ୟଜିତ ଅନ୍ୟ ସାଙ୍ଗମାନଙ୍କ ଅଜାଣତରେ ନିଖୋଜ ହୋଇ ଯାଇଥିଲେ। ଘଟଣାର ଅଳ୍ପ ସମୟ ପରେ ସାଙ୍ଗମାନେ ସୌରଜିତଙ୍କୁ ଉଦ୍ଧାର କରି କୋଣାର୍କସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ପହଂଚିବା ପରେ ସୌରଜିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଚନ୍ଦ୍ରଭାଗା ସମୁଦ୍ରରେ ଲାଇଫ ଗାର୍ଡ଼ ନ ଥିବାରୁ ଅନେକ ସମୟରେ ଏଭଳି ଘଟଣା ଘଟୁଥିବା କୁହାଯାଉଥିବା ବେଳେ । ପୁର୍ବରୁ ମଧ୍ୟ ବହୁବାର ଏଭଳି ହୋଇଥିବା ଜଣାପଡିଛି । ସେହିପରି ଗତ ଅକ୍ଟୋବରରେ ମଧ୍ୟ ଜଣେ ଲୋକଙ୍କୁ ସ୍ଥାନୀୟ ଲୋକେ ସମୁଦ୍ରରୁ ଉଦ୍ଧାର କରିଥିଲେ।