ଗାୟତ୍ରୀ ସେଣ୍ଟ୍ରାଲ ଏକାଡେମୀ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

0

(ବିଜୟ କୁମାର କାରୁଆ / କେନ୍ଦୁଝର): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡ଼ିଆନାଳୀ ଗାୟତ୍ରୀ ସେଣ୍ଟ୍ରାଲ ଏକାଡେମୀ ଶନିବାର ଦିନ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଯାଇଛି । ଏହି କାର୍ୟ୍ୟକ୍ରମରେ ସ୍କୁଲର ଅଧ୍ୟକ୍ଷ ରମେଶ କୁମାର ବେହେରା,ପ୍ରିନ୍ସିପାଲ ଶଶିକାନ୍ତ ଜେନା ପ୍ରମୁଖ ତତ୍ୱାବଧାନରେ ସ୍କୁଲର ୬୦ଜଣ ଛାତ୍ରଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ୟ୍ୟକ୍ରମରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡ଼କ୍ଟର ଯଶୋବନ୍ତ ମହାନ୍ତ, ଫ୍ରାମାଶୀଷ୍ଟି ଭାବଗ୍ରାହୀ ମହାନ୍ତ, ସ୍ୱାସ୍ଥ୍ୟ କର୍ମୀ ଧରିତ୍ରୀ ମହାନ୍ତ ପ୍ରମୁଖ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଶ୍ୱରେ ବର୍ତ୍ତମାନ ବ୍ୟାପି ଆସୁଥିବା କରୋନା ଭାଇରସ ସମ୍ପର୍କ ରେ ବୁଝାଇବା ସହ ଏହା କିପରି ନ ବ୍ୟାପି ଵ ତା ବାବଦରେ ପରାମର୍ଶ ଦେଇ ଥିଲେ । ଏହି ସ୍ୱାସ୍ଥ୍ୟ ଶିବିର ରେ ସ୍କୁଲର ଶିକ୍ଷକ/ଶିକ୍ଷୟତ୍ରୀ ଆଲୋକ ସେଠୀ, ସଞ୍ଜୟ କୁମାର ଗିରି,ଯୋଗେଶ ପ୍ରଧାନ,ଏଶ୍ୱର୍ୟ୍ୟା ଗିରି,ଗୀତାଞ୍ଜଳି ଦାଶ,ଜୟନ୍ତୀ ପ୍ରଧାନ,ଦିପ୍ତୀକଳା ପ୍ରଧାନ, ଭାରତୀ ଯାଦବ, ରୁପାଲୀ ମହାନ୍ତ,ତଥା ସ୍କୁଲ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭକ୍ତବନ୍ଧୁ ମହାନ୍ତ,ଡ଼ମୁରୁଧର ମହାନ୍ତ,ଉପସ୍ଥିତ ରହି ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ରେ ପୂର୍ଣ୍ଣ ସହଯୋଗ କରିଥିଲେ ।