ଘରୋଇ ନର୍ସିଂ ହୋମ ସିଲ

0

(ଜୟନ୍ତ କୁମାର ସେଠୀ /ପୁରୀ): କୋଭିଡ-୧୯ନିୟମ ଭଙ୍ଗ କରିଥିବା ଅଭିଯୋଗରେ ଆଜି ଜିଲ୍ଲା ଜନ ସ୍ୱାସ୍ଥ୍ୟ ବିଭାଗର ସୁପରିଡେଣ୍ଡ ଇନଚାର୍ଜ ଡଃ ବିରଜା ଶଙ୍କର ରଥଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ ସତ୍ୟବାଦୀ ସ୍ଥିତ ଗୋପୀନାଥ ନର୍ସିଙ୍ଗ ହୋମ ଚଢ଼ାଉ କରିଥିଲେ । ଯାଞ୍ଚ ସମୟରେ ନର୍ସିଙ୍ଗ ହୋମ କର୍ତ୍ତୃପକ୍ଷ ଅବଧି ରେଜିଷ୍ଟ୍ରେସନ ସାର୍ଟିଫିକେଟ । ଆବଶ୍ୟକୀୟ ଡକୁମେଣ୍ଟ ଦେଖାଇ ପାରି ନ ଥିଲେ । ଗତ ୬ ତାରିଖରେ ଉକ୍ତ ନର୍ସିଙ୍ଗ ହୋମ ରେ ସ୍ୱାସ୍ଥ୍ୟ ବିଭାଗର କରୋନା ସମ୍ବନ୍ଧୀୟ ନିର୍ଦ୍ଧେଶାବଳୀକୁ ଉଲଂଘନ କରି ଜଣେ କରୋନା ପଜିଟିଭ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଏହା ଦ୍ୱାରା ନର୍ସିଙ୍ଗ ହୋମ କର୍ମଚାରୀ ମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ଆଜି ପ୍ରଶାସନ ଦ୍ୱାରା ଏହି ନର୍ସିଙ୍ଗ ହୋମକୁ ସିଲ କରିବା ସହ ଏହି ନର୍ସିଙ୍ଗ ହୋମ ପରିଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏ ସମ୍ବନ୍ଧରେ ଯାଞ୍ଚ ଦଳ ତରଫରୁ ସ୍ଥାନୀୟ ଥାନାରେ ଏକ ଏତଲା ଦିଆଯାଇଛି । ସମସ୍ତ ଷ୍ଟାଫ କର୍ମଚାରୀଙ୍କୁ କୱାରେଣ୍ଟିନରେ ପଠା ଯିବା ସହ କଣ୍ଟ୍ରାକ ଟ୍ରେସିଙ୍ଗ ଜାରି ରଖି ସେମାଙ୍କ ସଂସ୍ପର୍ଶରେ ଆସି ଥିବା ଲୋକମାନକୁ କ୍ୱାରେଣ୍ଟିନରେ ରଖା ଯିବା ପାଇଁ ପଦକ୍ଷେପ ନିଆ ଯାଉଛି । ନର୍ସିଙ୍ଗ ହୋମ ସିଲ ବେଳେ ସତ୍ୟବାଦୀ ତହସିଲଦାର ତଥା ଏକ୍ଜିକୁଟୀଭ ମାଜିଷ୍ଟ୍ରେଟ ଏବଂ ସ୍ଥାନୀୟ ଜୟପୁର ପଂଚାୟତର ସରପଞ୍ଚ ଉପସ୍ଥିତ ଥିଲେ ।