(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଚଳନ୍ତା ଟ୍ରକରେ ନିଆଁ। ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ। ୫୨୦ ନମ୍ବର ଜାତୀୟ ରାଜପଥରେ ଏକ ଚଳନ୍ତା ହାଇୱା ଟ୍ରକରେ ନିଆଁ ଲାଗିଯାଇଥିଲା। ଫଳରେ ଗାଡିର ସାମ୍ନାପଟ ସଂପୂର୍ଣ୍ଣ ଜଳିଯାଇଛି। କେନ୍ଦୁଝର ରୁଗୁଡି ଥାନା ବାରବାଙ୍କ ଘାଟି ରାସ୍ତାରେ ଏହି ଅଘଟଣ ଘଟିଛି। ଟ୍ରକଟି ରୁଗୁଡିରୁ ଭଦ୍ରାସାହି ଆଡକୁ ଆସୁଥିବାବେଳେ ହତାଟ୍ ନିଆଁ ଲାଗି ଯାଇଥିଲା। ଗାଡିରେ ନିଆଁ ଲାଗିବା ଜାଣି ଡ୍ରାଇଭର ତୁରନ୍ତ ତଳକୁ ଡେଇଁ ପଡିଥିଲେ। ଫଳରେ ସେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।