ଚଳିତ ବର୍ଷ ବନ୍ଦ ରହିବ ଅମରନାଥ ଯାତ୍ରା!

ନୂଆଦିଲ୍ଲୀ: କୋଭିଡର ଦ୍ୱିତୀୟ ଲହରକୁ ନେଇ ସାରା ଦେଶ ଏବେ ଜନ୍ତି ହେଉଛି । ଦେଶବ୍ୟାପୀ ହୁ ହୁ ହୋଇ ବଢିଚାଲିଛି ସଂକ୍ରମଣ । କୁମ୍ଭ ମେଳା ମଧ୍ୟ ଏହି ସଂକ୍ରମଣରେ ନିଆଁରେ ଘିଅର କାମ କରିଛି । ଏହାକୁ ଦୃଷ୍ଟିରେ ରଖି ବାର୍ଷିକ ଅମରନାଥ ଯାତ୍ର।।କୁ ବନ୍ଦ କରାଯାଇଛି । ପଞ୍ଜିକରଣ ଉପରେ ରୋକ ଲଗାଯାଇଛି । ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଦେଶରେ କରୋନା ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି । ତେଣୁ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ଅମରନାଥ ଯାତ୍ରା ପାଇଁ ଜାରି ରହିଥିବା ପଞ୍ଜିକରଣକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ସ୍ଥିତିରେ ପରିବର୍ତ୍ତନ ହେଲେ ପୁଣି ପଞ୍ଜିକରଣ କରାଯିବ ।
ଚଳିତ ବର୍ଷ ଜୁନ ୨୮ ତାରିଖରୁ ୫୬ ଦିନିଆ ଐତିହାସିକ ଅମରନାଥ ଯାତ୍ରା ଆରମ୍ଭ ହେବ । ଯାତ୍ରା ପାଇଁ ଯାତ୍ରୀମାନଙ୍କ ପଞ୍ଜିକରଣ ଚଳିତ ମାସରୁ କରାଯାଇଥିଲା । ତେବେ ମହାମାରୀକୁ ଦୃଷ୍ଟିରେ ରଖି ଯାତ୍ରାର ତାରିଖ ବଦଳାଯିବ କି ନାହିଁ ଏହାକୁ ନେଇ ମନ୍ଦିର ବୋର୍ଡ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ । କିନ୍ତୁ ପଞ୍ଜିକରଣକୁ ବନ୍ଦ କରାଯାଇଛି ।