ଚଳିତ ବର୍ଷ ୫ ଘଣ୍ଟା ଚାଲିବ ବିଧାନସଭା: ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

0

ଭୁବନେଶ୍ୱର: ଆଜି ସୁରୁଖୁରୁରେ ସର୍ମଦଳୀୟ ବୈଠକ ଶେଷ ହୋଇଛି । ବୈଠକରେ କରୋନାକୁ ଦୃଷ୍ଟିରେ ରଖି ଚଳିତ ଥର ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭା । ୧୦ଟା ୩୦ରୁ ୧ଟା ୩୦ ଏବଂ ୪ଟାରୁ ୬ଟା ପର୍ଯ୍ୟନ୍ତ ବିଧାନସଭା ଚାଲିବ । ବିରୋଧୀ ଦଳ ନେତା ଏବେ ହସ୍ପିଟାଲରେ ଥିବାରୁ ସେ ଚାହିଁଲେ ହସ୍ପିଟାଲରୁ ଭାଗ ନେଇପାରିବେ ବୋଲି କୁହାଯାଇଛି । ସମସ୍ତଙ୍କ ଆଣ୍ଟିବଡ଼ି ଟେଷ୍ଟ ହେବ । ମୁଲତବୀ ଆଲୋଚନା ବେଳେ ବିରୋଧୀ ଓ ଶାସକଙ୍କ ପାଇଁ ସମୟସୀମା ଧାର୍ୟ୍ୟ । ବିରୋଧୀ ପାଇଁ ୫୫ ମିନିଟ୍ ଏବଂ ଶାସକଙ୍କ ପାଇଁ ୩୫ ମିନିଟ୍ ସମୟ ଧାର୍ୟ୍ୟ ହୋଇଛି ।
ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି, ପୂର୍ବରୁ କୋଭିଡ୍ ନିୟମ ଭିତରେ ବିଧାନସଭା ଚାଲିବ । ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନା ହେବ। ଅଧିବେଶନ କମ ସମୟ ପାଇଁ ଥିବାରୁ ସମୁଦାୟ ୬ଟି ମୁଲତବୀ ନୋଟିସ ଆସିବ। ବିଜେପିର ୪ଟା ଏବଂ କଂଗ୍ରେସର ୨ଟି ସୁଲତବୀ ନୋଟିସ ଉପରେ ଆଲୋଚନା ହେବ। ରାଜ୍ୟରେ ମରୁଡି ସ୍ଥିତି, ସମ୍ଭାବ୍ୟ ତୃତୀୟ ଲହର, ମାହାଙ୍ଗା ଡବଲ ମର୍ଡର କେସରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତିକୁ ନେଇ ମଧ୍ୟ ବିଜେପି ସ୍ୱର ଉଠେଇବ ବୋଲି ବିଷ୍ଣୁ ସେଠୀ କହିଛନ୍ତି ।
ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଧାନସଭା ସୁରୁଖୁରୁରେ ଚାଲିବା ନେଇ ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକରେ ସମସ୍ତେ ତାଙ୍କ ମତାମତ ଦେଇଥିଲେ । ତେବେ ରାଜ୍ୟରେ ମରୁଡି ସ୍ଥିତି, ଆଇନଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ, ଶିକ୍ଷକ ଅଭାବ, ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇବ କଂଗ୍ରେସ ।