ଚାନ୍ଦା ମାଗି ଦୁଇ ଗିରଫ

0

(କଟକ / ଜଗନ୍ନାଥ ମହାନ୍ତି) : ପୂଜା ଚାନ୍ଦା ଆଦାୟ କରି ଫସିଲା କଲେଜ ଛକ ପୂଜା କମିଟି । ୨ ଜଣ କର୍ମ କର୍ତା ଙ୍କୁ ଗିରଫ କଲା ମାଲଗୋଦାମ ଥାନା ପୋଲିସ । ସରତ କୁମାର ବେହେରା ଓ ରାକେଶ ବେହେରା ଉଭୟ ଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।ଉକ୍ତ ଅଞ୍ଚଳ ର ଏକ ଷ୍ଟିଲ ବ୍ୟବସାୟୀ କୁ ୧୩ ହଜାର ଟଙ୍କା ଚାନ୍ଦା ଆଦାୟ କରିବାକୁ ବାଧ୍ୟ କରିବାରୁ ମାଲଗୋଦାମ ଥାନାରେ ଗତକାଲି ଏତେଲା ହୋଇଥିଲା । ତେବେ ଏହି ମାମଲା ଆଧାରରେ ଆଜି କଲେଜ ଛକ ପୂଜା କମିଟିର ଦୁଇ ସଦସ୍ୟ ଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।