ଛାତ୍ରୀଙ୍କୁ ଅସଦାଚରଣ କଲେ ପ୍ରଧାନଶିକ୍ଷକ

0

( ମାନସ ପ୍ରଧାନ) : ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ । ଏଭଳି ଲଜ୍ୟାକର ଘଟଣା ଘଟିଛି ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ସାରେଣୀଗଣ୍ଡା ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲର ପ୍ରଧାନ ଶିକ୍ଷକ ଅନ୍ତର୍ୟ୍ୟାମି ଦାସ ଙ୍କ ନାମରେ ଅ।ସିଛି ଏହି ଅଭିଯୋଗ । ଏ ନେଇ ଛାତ୍ରୀର ପରିବାର ପକ୍ଷରୁ ଦଶପଲ୍ଲା ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରି ପ୍ରଧାନ ଶିକ୍ଷକ ଅନ୍ତର୍ୟ୍ୟାମି ଙ୍କୁ ଗିରଫ କରିଛି ପୋଲିସ । ଅସଦାଚରଣର ଶିକାର ହୋଇଥିବା ଛାତ୍ରୀଙ୍କୁ ନୟାଗଡ ଏସଡିପିଓଙ୍କ କାଯ୍ୟାଳୟରେ ପଚରାଉଚୁରା କରାଯାଇ ବୟାନ ରେକଡ କରାଯାଇଛି ।