ରାଜନୈତିକ ହିଂସାକାଣ୍ଡ, ବିଜେପି କର୍ମୀଙ୍କ ମୁଣ୍ଡ ଗଡ଼ିଲା 

0

ଅନୁଗୁଳ/ଜ୍ୟୋତିରଞ୍ଜନ ଧର:  ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଛକ ନିକଟରେ ଥିବା ଏକ ମଣ୍ଡପରୁ ଶୁକ୍ରବାର ଜୈନେକ ବିଜେପି କର୍ମୀଙ୍କ ମୃତ ଶରୀରକୁ ପୁଲିସ ଜବତ କରିଛି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ଦଳ ପରାଜିତ ହୋଇ ରକ୍ତମୁଖା ହୋଇ ଏଭଳି ହିଂସା ପନ୍ଥା ଆପଣେଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ମୃତକ ଜଣକ ହେଲେ ଦୁର୍ଗାପୁର ଗ୍ରାମ ପ୍ରଧାନସାହିର ବିଜେପି କର୍ମୀ ସାଗର ପ୍ରଧାନ(୪୫)ଙ୍କୁ ଅତି ବିଭତ୍ସ ଭାବରେ  ହତ୍ୟା କରାଯାଇଥିବା ସୂଚନା ମିଳିଛି  ।ଏହା ପଛରେ ରାଜନୈତିକ ହିଂସାକାଣ୍ଡ ଥିବା ଖୋଦ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଥାନାଠାରୁ ମାତ୍ର ଦେଢ଼ କି.ମି. ଦୂରରେ ଏହି ବିଭତ୍ସ ହତ୍ୟା ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ ସୁଦ୍ଧାବି ଘଟଣାସ୍ଥଳକୁ ପୁଲିସ ଅହେତୁକ ବିଳମ୍ବରେ ପହଁଚିବା ନେଇ ବୁଦ୍ଧିଜୀବୀ ମହଲରେ ପୁଲିସର ପାରିବା ପଣିଆ ଉପରେ ଅଙ୍ଗୁଳି ଉଠାଇଛନ୍ତି। ଦୀର୍ଘ ୨୨ବର୍ଷ ଶାସନ ଗାଦୀରେ ମାଡ଼ିବସିଛି ଅହଁକାରୀ ବିଜେଡି ।ଚଳିତ ନିର୍ବାଚନରେ ଏଠି ଜନତା ସଠିକ ଜବାବ ଦେଇଛନ୍ତି କିନ୍ତୁ ବିଜେଡି ଏହାକୁ ସହ୍ୟ ନକରି ପାରି ହିଂସାର ପନ୍ଥା ଆପଣେଇଛି ବୋଲି ବିଜେପି ରାଜ୍ୟକାର୍ୟ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି କହିଛନ୍ତି।

ଏହା ଗଣତନ୍ତ୍ର ପାଇଁ ବିପଦ।ଅନୁରୂପ ଭାବରେ ଢେଙ୍କାନାଳ ପୌରପରିଷଦ ଉପାଧକ୍ଷା ପଦ ବିଜେପି ଖାତାକୁ ଯାଇଛି । ନବୀନ ସରକାର ର ସ୍ଥାଣୁତା , ଅପରାଗତା, ଅହଁଙ୍କାର ଯୋଗୁ ଖୋଦ ଜନତା ଢେଙ୍କାନାଳ ପୌରପରିଷଦ ନିର୍ବାଚନ ଜବାବ ଦେବା କୁ ସହ୍ୟନକରି ନବନିର୍ବାଚିତ ପୌରାଧକ୍ଷାଙ୍କ ଘର ଉପରକୁ ଫାଙ୍କା ଗୁଳିଚାଳନା ପରେ ବମ ପକାଇବା ଘଟଣା ମନରୁ ନଲିଭୁଣୁ ପୁଣି ଆଜି ଜରପଡାରେ ଶାସକ ଦଳର କର୍ମୀମାନେ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ଅନୁଗୁଳ ଜିଲ୍ଲା ପୂର୍ବତନ ବିଜେପି ସଭାପତି ଅଶୋକ ମହାନ୍ତି ସୂଚନା ଦେଇଛନ୍ତି । ।  ଅତି ନୃଶଂସ  ବିଭତ୍ସ ଭାବରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାଗର ମୃତ ନେଇ ସବୁଠି ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ

ସୂଚନା ଅନୁସାରେ ଦୁର୍ଗାପୁର ଗ୍ରାମରେ  ଗୁରୁବାର ବିଳମ୍ବିତ ରାତିରେ ଦଣ୍ଡନୃତ୍ୟ ଚାଲିଥିବା ବେଳେ ସାଗର ପ୍ରଧାନ ଘର ନିକଟରେ ଥିବା ମଣ୍ଡପରେ ଶୋଇଥିଲେ । ଶୋଇଥିବା ବେଳେ କୈାଣସି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ ଆକ୍ରମଣ କରି ଫେରା ହୋଇଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାଗର ପ୍ରଧାନଙ୍କ ମୃତ ଦେହ ପଡିଥିବା ସକାଳେ ଗ୍ରାମବାସୀ ଓ ପରିବାର ଲୋକମାନେ ଦେଖିବାକୁ ପାଇଥିଲେ । ଜରପଡା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିବା ସହିତ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହ କରି ସେହି ଗ୍ରାମର ଜୈନେକ ଯୁବକକୁ ଅଟକ ରଖି ପଚରା ଉଚରା ଚଳାଇଛି । ଏହି ହତ୍ୟାକାଣ୍ଡ ରାଜନୈତିକ ଶତ୍ରୁତାକୁ ନେଇ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ପରିବାର ଲୋକେ ରଜନୈତିକ ହିସାଂକୁ ନେଇ ସେହି ଗ୍ରାମର ଗୋବନ୍ଦ ପ୍ରଧାନ ସାଗରକୁ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି।ବର୍ତ୍ତମାନ ସୁଧା ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ପୁଲିସ କହୁଥିବା ବେଳେ ଡଗସ୍କାଡ ଓ ସାଇନ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତ କିଏ ଜାଣିବା ବୋଲି ପୋଲିସ ଅପେକ୍ଷା କରିଥିବା କହିଛି। ତେବେ ଡଗସ୍କାଡ ଓ ସାଇନ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କଲା ପରେ ପ୍ରକୃତ ଘଟଣା ସର୍ବସମ୍ମୁଖକୁ ଆସିବ ବୋଲି ଜରପଡା ପୋଲିସ ସୂତ୍ରରୁ ପ୍ରକାଶ ।