ଜୀବନକୁ ବାଜି ଲଗାଇ ୨୦ରୁ ଉର୍ଦ୍ଧ ଗ୍ରାମକୁ ଆଲୋକିତ କଲେ ବିଦ୍ୟୁତ କର୍ମଚାରୀ

0

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ଗୋଟିଏ ପଟେ ମାହାମାରି କରୋନା ସଂକ୍ରମଣର ଆତଙ୍କ ଦେଖାଦେଇଥିବା ବେଳେ ଅନ୍ୟପଟେ ଗତ ଦୁଇଦିନ ଧରି ପ୍ରାୟ ୨୦ଟିରୁ ଉର୍ଦ୍ଦ ଗ୍ରାମ ଅନ୍ଧାର ଭିତରେ ରହି ଗ୍ରାମବାସୀ ମାନେ ଅସୁବିଧାର ସମ୍ମୁଖିନ ହେଉଥିଲେ । ପ୍ରବଳ ବର୍ଷାରେ ମାଲକାନଗିରି ଜିଲ୍ଲା ଏମଭି୭ ଫିଡର ଅନ୍ତର୍ଗତ ଏମଭି୧୬ ଗ୍ରାମନିକଟରେ ୧୧କେଭି ମୁଖ୍ୟ ବିଦ୍ୟୁତ ଲାଇନ ବ୍ରେକଡାଉନ ହୋଇ ଯାଇଥିଲା । ଏହି ଖବର ପାଇ ମାଲକାନଗିରି ସାଉଥ କୋ ବିଦ୍ୟୁତବିଭାଗ ଲାଇନମ୍ୟାନ ଶଙ୍କରପାତ୍ର,ଲାଇନମ୍ୟାନ ତ୍ରଲୋଚନ ସାହୁ ,ଲ୍ୟାଡରମ୍ୟାନ ଏମ.ମନମଦ ଓ ସୁକ୍ରାସିସା ଏମଭି୭ ଫିଡର ନିକଟରେ ପହଁଚି ବିଦ୍ୟୁତ କାହିଁକି କଟିଚି ତାହାର ତନଖି କରିଥିଲେ । ସେମାନେ ଜାଣିବାକୁ ପାଇଲେ ଏମଭି୭ ଗ୍ରାମ ନିକଟ ଠାରୁ ଏମଭି ୧୬ ଗ୍ରାମ ରାସ୍ତାରେ ଥିବା ୧୧କେଭି ମୁଖ୍ୟଲାଇନ ରେ ସଟଡାଉନ ହୋଇ ଯାଇଛି ।ପ୍ରବଳ ବର୍ଷା ହେବା ସ୍ୱେତେ ବିଦ୍ୟୁତ କର୍ମଚାରି ମାନେ ସେଠାକୁ ଯାଇଥିଲେ । ବିଦ୍ୟୁତ ଲାଇନସଟଡାଉନ ହୋଇଥିବା ସ୍ଥାନରେ ତମସା ନଦୀର ଶାଖା ନାଳଟିରେ ପ୍ରବଳବେଗରେ ପାଣିସୁଅ ଚାଲିଥିଲା । ଏହି ବିଦ୍ୟୁତ କର୍ମଚାରୀ ମାନେ ନିଜ ଜୀବନକୁ ବାଜି ଲଗାଇ କାନ୍ଧରେ ସିଡିପକାଇ ପାଣିସୁଅରେ ଚାଲି ଚାଲି ନଦୀପାର ହୋଇ ବିଦ୍ୟୁତ ସଟଡାଉନ ସଜାଡିଥିଲେ । ଏହା ସଜଡା ହୋଇ ଗଲାପରେ ଗତ ଦୁଇଦିନ ଧରି ଅନ୍ଧାରରେ ଥିବା ଦରିଗୁଡା, ଏମଭି୧୬. ଗ୍ରାମର ଲୋକେ ଅଲୋକିତ ହୋଇଥିଲେ।