ଜୀବନ ଯୁଦ୍ଧରେ ହାରିଗଲା କର୍କଟ ରୋଗରେ ପିଡିତ ଇର୍ମା

0

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ତେଲରାଇ ପଞ୍ଚାୟତ ପେଦାୱାଡା ଗ୍ରାମର ମେଧାବି ଛାତ୍ର ଇର୍ମାଙ୍କ ମୃତ୍ୟୁ ହୋଇଛି । ଗତ ଡିସେମ୍ବର ମାସରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା କାରଣରୁ ଇର୍ମାର ବାମ ଗୋଡ କଟାଯାଇଥିଲା । ଗୋଟିଏ ଗୋଡରେ ଚଲାବୁଲା କରିବା ସହ ସ୍ଥାନୀୟ କାଲିମେଳା କଲେଜ ଯାଇ ପାଠପଢୁ ଥିଲେ।ଇର୍ମା ଶେଷରେ ଆଖି ବୁଝିଦେଇଛି ଏହି ଘଟଣା ପରେ ଉକ୍ତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ସୁଚନାଯୋଗ୍ୟ, ପେଦାୱାଡା ଉଙ୍ଗା ପଡିଆମିଙ୍କ ସାନପୁଅ ଇର୍ମା ପଡିଆମି ପିଲାଟିବେଳୁ ପାଠପଢା ପ୍ରତି ପ୍ରବଳ ଆଗ୍ରହ ଥିଲା ସ୍କୁଲ ପଢାବେଳେ ଇର୍ମାର ବାପାର ମୃତ୍ୟୁ ହୋଇଯାଇଥିବା ବେଳେ ମା ମଧ୍ୟ ମାନଷିକ ଭାରସାମ୍ୟ ହରାଇ ପାଗଳୀଙ୍କ ପରି ଜୀବନ ବିତାଉଛନ୍ତି । ତେବେ ବହୁ କଷ୍ଟ କରି ଇର୍ମା ସ୍କୁଲରୁ କଲେଜ ପର୍ୟ୍ୟନ୍ତ ପାଠପଢ଼ିବା ପାଇଁ ସଂଘର୍ଷ କରି ଚାଲିଥିଲା ।ବିପଦ ଆସିଥିଲେ ବି ଇର୍ମା ଛାଡିନଥିଲେ ସ୍ଥାନୀୟ ଗୋପବନ୍ଧୁ ଆଞ୍ଚଳିକ ମହାବିଦ୍ୟାଳୟରେ ପଢୁଥିବା ଇର୍ମାର ଜୀବନରେ ଆସିଲା ଏକ ମହା ବିପଦ ଗତ ପ୍ରାୟ ଏକ ବର୍ଷତଳେ ହଟାତ ଇର୍ମାର ଡାହାଣ ଗୋଡରେ ସହ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରିବାର , ଗାଁ ଲୋକ କାଲିମେଳା ଠାରୁ ଆରମ୍ଭ କରି ମାଲକାନଗିରି ସମେତ ଆନ୍ଦ୍ରମେଡିକାଲରେ ନେଇ ଚିକିତ୍ସା ପାଇଁ ଚେଷ୍ଟା କରି ବହୁଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ପରେ କଟକ ମେଡିକାଲକୁ ନେଇ ବିଭିନ୍ନ ପରିକ୍ଷା ନିରିକ୍ଷା କରିବାପରେ ଇର୍ମାର ଗୋଡରେ କ୍ୟାନସର ହୋଇଥିବା ଜଣାପଡ଼ିଥିଲା । ପରେ ଡାକ୍ତର ଗୋଡ କାଟିବା ପାଇଁ ପରାମର୍ଶ ଦେଇଥିଲେ ଗୋଡ କଟାନଗଲେ ଇର୍ମାର ଜୀବନ ପ୍ରତି ବିପଦଥିବା ଡାକ୍ତର କହିବା ପରେ ଗତ ଡିସେମ୍ବର ମାସରେ ଅସ୍ତ୍ରପ୍ରଚାର କରାଯାଇ ଗୋଡକଟାଯାଇଥିଲା । ଏହାପରେ ଇର୍ମାର ସବୁ ସ୍ଵପ୍ନ ଅଧାରେ ରହିଯାଇଛି । ଏହି ଘଟଣା ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କାଲିମେଳା ବ୍ଲକ ପ୍ରଶାସନ ପକ୍ଷରୁ ସବୁ ସୁବିଧା ସୁଯୋଗଦେବା ପାଇଁ ତହସିଲଦାର ଅଲୋକ କୁମାର ଅନୁଗୁଳିଆ ପ୍ରତିସୃତି ଦେଇଥିଲେ । ଏଥିସହ ଇର୍ମାରକୃତିମ ଗୋଡ ଲଗାଯିବବାର ବ୍ୟବସ୍ଥାମଧ୍ୟ କରିଥିଲେ କିନ୍ତୁ ଭାଗ୍ୟର ବିଡମ୍ବନା ଇର୍ମାର ଗତ ରାତିରେ ନିଜ ଘରେ ମୃତ୍ୟୁ ହୋଇଯାଇଛି ।ଇର୍ମାର ମୃତ୍ୟୁ ଖବର ପରେ ତହସିଲଦାର ଦୁଖି ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ତେବେ କର୍କଟ ରୋଗ ପାଇଁ ଇର୍ମାର ମୃତ୍ୟୁ ହେଲା ବୋଲି ପରିବାର ଲୋକ କହିଛନ୍ତି ତେଣୁ ଏହି ଗରିବ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।