ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ

0

(ଜଗନ୍ନାଥ ମହାନ୍ତି / କଟକ) : କଟକରେ ଜୁଆ ଆଡା ଉପରେ ଚଢ଼ାଉ । ମାଲ ଗୋଦାମ ଥାନା ଅଧୀନରେ ଥିବା ସେଟେଲମେଣ୍ଟ ଅଫିସ ନିକଟରେ ଏକ ବନ୍ଦ ଘରେ ଚାଲିଥିଲା ଏହି ଜୁଆ ଆଡା । ୧୦ରୁ ଉର୍ଦ୍ଧ ବ୍ୟକ୍ତି ଏହି ଖେଳରେ ଥିଲେ ମସଗୁଲ । ପୋଲିସ କଲା ଅତର୍କିତ ଚଢ଼ାଉ । ସାଢ଼େ ୪ ଲକ୍ଷରୁ ଉଦ୍ଧ୍ଵ ଟଙ୍କା ନେଇ ଚାଲିଥିଲା ଜୁଆ ଖେଳ । ତାହା ସହ ଦାମୀ ମୋବାଇଲ ମଧ୍ୟ । ଘଟଣା ସ୍ଥଳରେ ୧୧ ଜଣକୁ ଅଟକ ରଖିଛି ପୋଲିସ । ଏହାସହ ୪ ଟି ବାଇକ ମଧ୍ୟ ଜବତ କରିଛି ।ତେବେ ଏହି ଘଟଣା ଘଟିବା ପରେ ପୋଲିସ ତାର ତଦନ୍ତ ପ୍ରକ୍ରିୟାକୁ ଆହୁରି ମଜବୁତ କରିଛି ।