ଜୁଲାଇ ୧୯ରୁ ଇଂଲଣ୍ଡରୁ ହଟିବ ଲକଡାଉନ

0

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ)କରୋନାର ଦ୍ୱିତୀୟ ଲହର କାୟା ସାରା ବିଶ୍ୱରେ ବ୍ୟାପି ଚାଲିଛି । ଏହାରି ମଧ୍ୟରେ ସାର୍ବଜନିକ ଟୀକାକରଣ ମଧ୍ୟ ଚାଲିଛି । ଏହାରି ଭିତରେ ଇଂଲଣ୍ଡ ଏକ ବହୁତ ବଡ ନିଷ୍ପତି ନେବାକୁ ଯାଉଛି । ଇଂଲଣ୍ଡରେ ଆସନ୍ତା ସପ୍ତାହରେ ଲକଡାଉନ୍ କଟକଣା ପ୍ରତ୍ୟାହାର କରିବା ନେଇ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଘୋଷଣା କରିଛି । ଇଂଲଣ୍ଡ ବି ଏବେ କରୋନା ସହିତ ଲଢେଇ କରୁଥିବା ବେଳେ ଇଂଲଣ୍ଡରେ ଏବେ ବି ଦୈନିକ ୧୦୦୦ରୁ ୨୦୦୦ କରୋନା ପଜିଟିଭ୍ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଦୈନିକ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ତଥାପି ଏହା ଭିତରେ କରୋନାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ବର୍ତ୍ତମାନ କରୋନା କଟକଣାରେ ଆଉ ଲୋକଙ୍କୁ ଅଧିକ ଦିନ ନରଖିବା ପାଇଁ ଲକଡାଉନର କଠୋର କଟକଣାକୁ ଜୁଲାଇ ୧୯ ତାରିଖରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋରିସ ଜନସନ ।