ଜୟନ୍ତୀ ପଟ୍ଟନାୟକଙ୍କ ଶେଷକୃତ୍ୟ

funeral of Jayanti Patnaik

0

ଭୂବନେଶ୍ୱର : ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ଘଟିଯାଇଛି । ଗତକାଲି ରାତି ୧୦.୩୦ ସମୟରେ ଏନେଇ ସୂଚନା ଦେଇଥିଲେ ପୂର୍ବତନ ପିସିପି ସଭାପତି ନିରଞ୍ଜନ ପଟ୍ଟନାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ଥିଲେ ଜୟନ୍ତୀ ପଟ୍ଟନାୟକ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହି ୯୦ ବର୍ଷ ବୟସରେ ପରଲୋକ ଘଟିଥିଲା ତାଙ୍କର । ସେ ଓଡ଼ିଶାର ପ୍ରଥମ ମହିଳା ସାଂସଦ ଥିଲେ । ତେଣୁ ଆଜି ହେଉଛି ତାଙ୍କର ଅନ୍ତ୍ୟେଷ୍ଟି ।

ଏହି ଶୋକାକୁଳ ପରିସ୍ଥିତିରେ ଭୂବନେଶ୍ୱର ସ୍ଥିତ ପଟ୍ଟନାୟଙ୍କ ବାସଭବନରେ ପହଁଚିଥିଲେ ରାଜ୍ୟପାଳ ଗଣେଶି ଲାଲ । ସେଠାରେ ରାଜ୍ୟପାଳ ପହଁଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ ସାସଂଦଙ୍କୁ । ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସମସ୍ତଙ୍କ ମୁହଁରେ ଗୋଟେ କଥା ଜୟନ୍ତୀ କେବଳ ରାଜନୀତି କ୍ଷେତ୍ରରେ ନୁହଁ ବରଂ ଅନ୍ୟ କ୍ଷେତ୍ରରେ ମଧ୍ୟ ସେ ବହୁ ପାରଦର୍ଶିତା ଅର୍ଜନ କରିଥିଲେ । ଜୟନ୍ତୀ ଓଡ଼ିଶାର ନାରୀ ମାନଙ୍କ ପାଇଁ ପ୍ରରେଣା ପାଲଟିଥିଲେ ।

ତେବେ ଜୟନ୍ତୀ ପଟ୍ଟନାୟକଙ୍କ ଅନ୍ତିମ ଶତ୍କାର ହେବ ପୁରୀ ସ୍ୱର୍ଗଦ୍ୱାରରେ । ଭୂବନେଶ୍ୱରୁ ତାଙ୍କୁ ନିଆଯିବ ପୁରୀ ତାହା ପରେ ଶବ ସତ୍କାର କାର୍ଯ୍ୟକ୍ରମ ଆରମ୍ଭ ହେବ । ତେବେ ତାଙ୍କ ପରି ଜଣେ ମହାନ ବ୍ୟକ୍ତିବିଶେଷ ଓଡ଼ିଶା ମାଟିରେ ଜନ୍ମ ନେଇ ଓଡ଼ିଶାକୁ ଗର୍ବିତ କରାଇଛନ୍ତି ।