ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

0

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ବିରିପୁର ଗ୍ରାମରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ଜଣଙ୍କ ହେଉଛନ୍ତି ରାଜଶ୍ରୀ ସେଠୀ (୨୫) । ସେ ୧୦ ବର୍ଷ ତଳେ କୋଣାର୍କ ଅନ୍ତର୍ଗତ ସିରିପୁର ଗ୍ରାମର ଦୁଃଖୀଶ୍ୟାମ ସେଠୀଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ୮ ବର୍ଷର ଏକ ପୁଅ ମଧ୍ୟ ଅଛି। ସ୍ଵାମୀ ସୁଦୁର ମହାରାଷ୍ଟ୍ରରେ ରହୁଥିବାବେଳେ ରାଜଶ୍ରୀ ତାଙ୍କ ପୁଅ ସହିତ ଶାଶୁଘରେ ରହୁଥିଲେ । ଆଜି ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।