ଟସ୍ ଜିତି ବୋଲିଂ ପାଇଁ ନିଷ୍ପତି ନେଲା ଭାରତ

0

ଆଜି ଭାରତ – ଦକ୍ଷିଣ ଆଫ୍ରିକା ମଧ୍ୟରେ କଡା ଟକ୍କର ହେବ । ଏ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଟସ୍ କାର୍ଯ୍ୟକ୍ରମ । ଭାରତ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତି ନେଇଛି । ଏହି ମ୍ୟାଚ ତିରୁଅନନ୍ତପୁରମ୍ରେ ଷ୍ଟାଡିୟମରେ ଖେଳାଯିବ । ଶକ୍ତିଶାଳୀ ଭାରତ ଗତ ରବିବାର ଦିନ ଅଷ୍ଟ୍ରେଲିଆକୁ ୨-୧ ରେ ବାଜିମାତ୍ କରି ସିରିଜ୍ ପୋଛିନେଇଥିଲା । ଉଭୟଙ୍କ ମଧ୍ୟରେ ହୋଇଥିିଲା ୩ ଟି ଟି୨୦ ମ୍ୟାଚ୍ । ପ୍ରଥମ ମ୍ୟାଚକୁ ଅଷ୍ଟ୍ରେଲିଆ କବ୍ଜା କରିଥିଲେ ସୁଦ୍ଧା ଭାରତର ପ୍ରମୁଖ ଖେଳାଳି ରୋହିତ-ବିରାଟ ଓ ସୂର୍ଯ୍ୟ କୁମାର ଯାଦବ ଦମଦାର ବ୍ୟାଟିଂ କରି ଭାରତର ବିଜୟକୁ ସୁନିଶ୍ଚିତ କରିଥିଲେ । ସେହିଭଳି ବୁମରାଙ୍କ ଦମିଦାର ବୋଲିଂ ଅଷ୍ଟ୍ରେଲିଆ ବ୍ୟାଟସ୍ମ୍ୟାନଙ୍କୁ ଗୁମରା କରି ଦେଇଥିଲା । ତେବେ ଆଜି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ସିରିଜି ଖେଳାଯିବ । ଏହି ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଭାରତର ରନ୍ ମେସିନ ବିରାଟ କୋହଲି ତାଙ୍କ ଫର୍ମ ଫେରି ପାଇଥିବାରୁ ଭାରତକୁ ଏକ ବଡ ଇନ୍ଧନ ମିଳିଛି । ବିଶ୍ୱ କପ୍ ପୂର୍ବରୁ ଟିମ୍ ଇଣ୍ଡିଆ ତାର ସମସ୍ତ ଦୋଷ ତ୍ରୁଟିକୁ ସୁଧାରି ଚାମ୍ପିୟନ ମଇଦାନକୁ ଓହ୍ଲାଇବାକୁ ପ୍ରୟାସ କରୁଛି । ସେପଟେ ସାଉଥ୍ ଆଫ୍ରିକା ବି ଫୁଲ ଫର୍ମରେ ରହିଛି ଭାରତ ପାଇଁ ବିଶ୍ୱ କପ୍ ପୂର୍ବରୁ ଏହା ବଡ ଚ୍ୟାଲେଞ୍ଜ ରହିବ ବୋଲି ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।