ଡାକ୍ତରକୁ ମାଡ

0

(ତାରାକାନ୍ତ ନାୟକ /ସାଲେପୁର): କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଖୋଦ ଡାକ୍ତର। ଆଜି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ରୋଗୀକୁ ନେଇ ଆସି ବାରମ୍ବାର ଡାକ୍ତରଙ୍କୁ ଡାକିଥିଲେ ହେଁ ସେ ଶୁଣିନଥିଲେ ପରେ ସେ ଡାକ୍ତରଖାନା ଭିତରକୁ ଯାଇ ଡାକ୍ତରଙ୍କୁ ଖୋଜୁଥିବା ବେଳେ ଡାକ୍ତରଖାନା ଭିତରେ କିଛି କର୍ମଚାରୀ ମୋବାଇଲରେ ଲୁଡୁ ଖେଳୁଥିବା ଦେଖି ତାଙ୍କ ନିଜ ମୋବାଇଲରୁ ଶୂଟିଂ କରିବା ଆରମ୍ଭ କରିବା ସମୟରେ ଡାକ୍ତରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ତାଙ୍କୁ ବିରୋଧ କରି ଗାଳିଗୁଲଜ କରିବା ନେଇ ଓଲଟା ଅଭିଯୋଗ କରିଛନ୍ତି ଅଭିଯୁକ୍ତ। ଅନ୍ୟପଟେ କିଛି କାରଣ ନଥାଇ ସମସ୍ତ କୋଭିଡ ନିୟମ ଭାଙ୍ଗି ଡାକ୍ତରଖାନା ଭିତର ରୁମକୁ ପଶି ବେଆଇନ ଭାବେ ମୋବାଇଲରେ ଫଟୋ ଉଠାଇବାକୁ ବିରୋଧ କରିବାରୁ ତାଙ୍କୁ ପେଲାଠେଲା କରି ମରାଧାରା କରିଥିବାର ଡାକ୍ତର ଦେବାଂସୁ ସରକାର କହିଛନ୍ତି। ଏନେଇ ସେ ଏକ ଲିଖିତ ଏତଲା ମଧ୍ୟ ସାଲେପୁର ପୋଲିସକୁ ଦେଇଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।