ଡାହାଣୀ ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

0

( ରିପୋର୍ଟସ୍ ଟୁଡେ) : ମୟୂରଭଞ୍ଜ ଖୁଣ୍ଟାଥାନା ଭୋଳଗଡିଆଠାରେ ଘଟିଛି ଅଭାବନୀୟ ଘଟଣା । ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଆକ୍ରମଣ କରାଯାଇଛି । ଆକ୍ରମଣ ଶିକାର ହୋଇଥିବା ମହିଳା ଜଣକ ହେଲେ ଗୁରୁବାରୀ ସିଂ । ଗୁରୁବାରୀ ଙ୍କୁ ଏକ ଧାରୁଆ ମାରାଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ଖୁଣ୍ଟା ମେଡିକାଲରେ ଭର୍ତି କରାଯାଇଥିଲା । ଅବସ୍ଥା ସଂକଟାପୂର୍ଣ୍ଣ ହେବାରୁ ମହିଳାଜଣକୁ ପିଏମଆର ମେଡିକାଲ କଲେଜକୁ ସ୍ଥାନାନ୍ତରଣ କରାଯାଇଛି ।