ତିନି ବର୍ଷ ହେଲା ଗୃହ ଶୋଚନୀୟ,କ୍ଲବ ରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

0

ଗୋଲାପ ସାହୁ/କଳାହାଣ୍ଡି : ଆଜିଠୁ ଖୋଲିଛି ଅଙ୍ଗନବାଡି କେନ୍ଦ୍ର । ଏ ନେଇ ଅଭିଭାବକ ଓ ଛୋଟ ପିଲାଙ୍କ ମନରେ ଖୁସି ଦେଖାଯାଇଛି।କିନ୍ତୁ ଜୟପାଟଣା ବ୍ଳକ ଧନସୁଲି ଠାରେ ଅଙ୍ଗନବାଡି କେନ୍ଦ୍ର ପରିବର୍ତ୍ତେ ଗାଁ କ୍ଲବରେ ଛାତ୍ରଛାତ୍ରୀଙ୍କୁ ନେଇ ଅଙ୍ଗନବାଡି କେନ୍ଦ୍ର ଚାଲିଥିବା ଦେଖିବାକୁ ମିଳିଛି । ଏହି କେନ୍ଦ୍ର ରେ ୪୦ଜଣ ଛାତ୍ରଛାତ୍ରୀ ଅଛନ୍ତି।ସୂଚନା ଅନୁଯାୟୀ ଦୀର୍ଘ ତିନି ବର୍ଷ ହେଲା ଧନସୁଲି ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ଶୋଚନୀୟ ହୋଇ ପଡିଛି। ଛାତ ଉପରୁ କଂକ୍ରିଟ ପଡୁ ଥିବାରୁ ସେଠାକୁ ସମସ୍ତେ ଯିବାକୁ ଡରୁଛନ୍ତି। ଅନେକ ଦିନରୁ କେନ୍ଦ୍ର ର ବାହାରେ ସମସ୍ତ କାର୍ୟ୍ୟ ଚାଲିଥିବା ବେଳେ ଆଜି ସ୍ଥାନୀୟ କିଛି ଲୋକଙ୍କ ଉଦ୍ୟମରେ ଗାଁ ରେ ଥିବା କ୍ଲବ ରେ ଅଙ୍ଗନବାଡି କେନ୍ଦ୍ର ଟି ଚାଲିଛି।ସରକାରଙ୍କ ଶିଶୁ ଓ ମହିଳା ସଶକ୍ତିକରଣ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଛୋଟ ପିଲା ଠାରୁ ମହିଳା ଓ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ,ଟୀକାକରଣ ,ଶିକ୍ଷା ,ସଚେତନତା ଅଭିଯାନ ସହ ସୁଷମ ଖାଦ୍ୟ ଯୋଗାଣ ର ଅନେକ କାର୍ୟ୍ୟକ୍ରମ ରହିଥିବା ବେଳେ ବିନା ଭିତ୍ତିଭୂମି ରେ କିପରି ଚାଲିଛି ତାହା ହିଁ ପ୍ରଶ୍ନବାଚୀ।ଛୋଟଛୋଟ ଶିଶୁ ମାନେ କିପରି ଉନ୍ନତ ଭାବରେ ଶିଖି ପାରିବେ ତେଣୁ କେନ୍ଦ୍ର ରେ ଅନେକ ସୁବିଧା ଯୋଗାଇ ଦିଆଯାଇଛି କିନ୍ତୁ ଏଠି କେନ୍ଦ୍ର ନଥିବାରୁ ସବୁ ଫେଲ ମାରିଛି।ଏ ନେଇ ଅଙ୍ଗନବାଡି କର୍ମୀ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ସିଡିପିଓ ଓ ବିଡ଼ିଓଙ୍କୁ କହିଥିଲେ ମଧ୍ୟ କୋଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ନେଇ ଜୟପାଟଣା ସିଡିପିଓ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।