ଦହିବରା ବଞ୍ଚେଇଦେଲା ପୁଅର ଜୀବନ

0

(ଭୁବନେଶ୍ୱର) ; କୁନି ପୁଅକୁ ବଞ୍ଚାଇଦେଲା  ଦହିବରା  । ବହୁ ଚର୍ଚ୍ଚିତ ଭୀମଟାଙ୍ଗି ପ୍ରୀୟଙ୍କା ହତ୍ୟାମାମାଲରେ ଆଜି ଜଗନ୍ନାଥକୁ ଜେରା କରାଯାଉଥିଲା  ।  ଜଗନ୍ନାଥ ଙ୍କ ବିଷୟରେ ବଡ ସୂଚନା ଦେଲେ ଡିସିପି ଉମାଶଙ୍କର ଦାସ  । ହତ୍ୟାର ୪ ଦିନ ପୂର୍ବରୁ ସୁଇସାଇଡ ନୋଟ ପ୍ରସ୍ତୁତ କରିଥିଲା  ଅଭିଯଯୁକ୍ତ  । ଘଟଣା ଦିନ ଚକୋଲେଟ, ଥଣ୍ଡା , ଛୁରୀ , ସିନ୍ଦୁର , ବିଷ ନେଇ ଯାଇଥିଲା ଅଭିଯୁକ୍ତ  । ଜଗନ୍ନାଥ  ଘରେ ପହଞ୍ଚିଲା ବେଳକୁ ପ୍ରିୟଙ୍କା ସହ ପୁଅ ଥିଲା  ଘରେ  । ପ୍ରଥମେ ପ୍ରିୟଙ୍କା ଏବଂ ପୁଅ ସହ ସେଲ୍ଫି ନେଇଥିଲା ଜଗନ୍ନାଥ  । ଘର ମାଲିକ ପ୍ରିୟଙ୍କାଙ୍କ ଘରକୁ ଦହିବରା ନେଇ ଯିବା ବେଳେ ଜଗନ୍ନାଥ ବାଥରୁମରେ ଲୁଚି ଯାଇଥିଲା   । ଘର ମାଲିକ ପ୍ରିୟଙ୍କାକୁ ଦହିବରା ଦେଇ ସାଙ୍ଗରେ ପୁଅକୁ ନେଇଯାଇଥିଲେ  । ସେ  ଗଲାପରେ ବାଥରୁମରୁ ବାହରିିଥିଲା ଜଗନ୍ନାଥ ଏବଂ  ପ୍ରିୟଙ୍କାକୁ ସାଙ୍ଗରେ ଯିବାକୁ ବାଧ୍ୟ କରିଥିିଲା  ଜଗନ୍ନାଥ , । କିନ୍ତୁ ପ୍ରିୟଙ୍କା ଯିବାକୁ ମନା କରିବାର ୁଦୁହିଁଙ୍କ ଭିତରେ ଜୋରରେ ଝଗଡା ହୋଇଥିଲା  । ପ୍ରିୟଙ୍କାକୁ ହତ୍ୟା କରିବା ପୂର୍ବରୁ ମଥାରେ ସିନ୍ଦୁର ବୋଳିଥିଲା ଜଗନ୍ନାଥ  । ତେବେ  ଦହିବାର ପାଇଁ ପୁଅ ବର୍ତ୍ତିଯାଇଥିବା ସୂଚନା ଦେଇଛନ୍ତି ଡିସିପି  ଉମାଶଙ୍କର  । ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାର ଅଭିଯୁକ୍ତ କୁ ଆଜି ଏୟାରଫିଲ୍ଡ ଥାନା ପୁଲିସ ଜେରା କରୁଥିଲା  ।