ଦାଉଦ ପାକିସ୍ତାନରେ ଥିବାପ୍ରସଙ୍ଗ ୟୁଏନରେ ଉଠାଇଲା ଭାରତ

0

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇର ମାଷ୍ଟର ମାଇଣ୍ଡ ଦାଉଦ ଇବ୍ରାହିମ ପାକିସ୍ତାନରେ ଭବ୍ୟ ପଞ୍ଚତାରକା ଆତିଥ୍ୟ ପାଉଛନ୍ତି । ୟୁଏନରେ ଏହି ସୂଚନା ଦେଇଛନ୍ତି ଭାରତୀୟ ଦୂତ । ୟୁଏନରେ ଅବସ୍ଥାପିତ ଭାରତର ସ୍ଥ।।ୟୀ ରାଜଦୂତ ଟି ଏସ ତିରୁମୁର୍ତ୍ତି ମଙ୍ଗଳବାର ୟୁଏନରେ ଆୟୋଜିତ ଇଣ୍ଟରନାସନାଲ କାଉଣ୍ଟର ଟେରୋରିଜିମ କନଫେରେନ୍ସ ୨୦୨୨ରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ।
କନଫେରେନ୍ସରେ ଭାରତୀୟ ରାଜଦୂତ କହିଛନ୍ତି, ଆମେ ୧୯୯୩ ମୁମ୍ବାଇ ବିସ୍ଫୋରଣର ଅପରାଧିକ ସିଣ୍ଡିକେଟ ପାଇଁ ଦାୟୀ ଦାଉଦଙ୍କୁ ସେଠାରେ ପଞ୍ଚତାରକା ହୋଟେଲର ଆତିଥ୍ୟ ପ୍ରଦାନ କରାଯିବା ସହ ରାଜ୍ୟ ସୁରକ୍ଷା ପ୍ରଦାନ କରାଯାଉଛି । ୨୦୨୦ରେ ପ୍ରଥମ ଥର ପାଇଁ ପାକିସ୍ତାନ ପ୍ରଥମଥର ପାଇଁ ଦାଉଦ ପାକିସ୍ତାନରେ ଥିବା ସେତେବେଳେ ପ୍ରକାଶ କରିଥିଲା ଯେତେବେଳେ ୮୮ଟି ଆତଙ୍କବାଦୀ ସଂଗଠନ ଓ ସେମାନଙ୍କ ନେତାଙ୍କୁ ନିଷିଦ୍ଧ ଘୋଷଣା କରିଥିଲା ।