ଦିଲ୍ଲୀରୁ ଏକା ଲଢିବ କଂଗ୍ରେସ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଦିଲ୍ଲୀରେ ଚଳିତ ସାଧାରଣ ନିର୍ବାଚନ ଏକା କଂଗ୍ରେସ ଲଢିବାକୁ ଯାଉଛି । ପୂର୍ବରୁ ଦିଲ୍ଲୀରେ ଆପ ସହ ମେଣ୍ଟ କରିବାକୁ କଂଗ୍ରେସ ଚାହୁଁଥିଲା । ଏଥିପାଇଁ ମଧ୍ୟ ଅରବିନ୍ଦ କେଜରିୱାଲଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା । କିନ୍ତୁ ଗତ କାଲି ହୋଇଥିବା ଏକ ବୈଠକରେ ଆପକୁ ବାଦ ଦେଇ ଏକା ଲଢିବାକୁ ଚୂଡାନ୍ତ କରାଯାଇଛି । ଏହି ପ୍ରକ୍ରିୟାରେ ରାହୁଲ ଆଶାବାଦୀ ଥିଲେ, କିନ୍ତୁ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରିଥିଲେ । ଦିଲ୍ଲୀରେ ଆପ ସହ ମେଣ୍ଟକୁ ଶୀଲା ତୀବ୍ର ବିରୋଧ କରିବା ସହ ଦିଲ୍ଲୀରେ ଏକା କଂଗ୍ରେସ ଲଢିବ ବୋଲି କହିଥିଲେ । ଗତକାଲି ଏଥିନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସିଥିଲା । ଏଠାରେ ଶୀଲାଙ୍କ ନିଷ୍ପତ୍ତିକୁ ଦଳ ଗ୍ରହଣ କରୁଥିବା କୁହାଯାଉଛି ।