ଦୀର୍ଘ ଦିନ ହେଲା ନାହାନ୍ତି କର୍ମଚାରୀ ! ହୋଇପାରୁନି ଉନ୍ନୟନ କାର୍ୟ୍ୟ

0

(ସତ୍ୟଜିତ ବାରିକ / ବରି) ; ଯାଜପୁର ଜିଲ୍ଲାର ବରୀ ବ୍ଲକ ଏକ ବନ୍ୟା ପ୍ରଭାବିତ ଅଞ୍ଚଳ ଭାବେ ଜଣା ଶୁଣା। ବ୍ରାହ୍ମଣୀ, ଖରସ୍ରୋତା, ଚିଙ୍ଗୁଡ଼ିଆ , ବାଳୁଙ୍ଗା ପଟିଆ ଆଦି ନଦୀ ରେ ବନ୍ୟା ଆସିଲେ ବରୀ ରେ ବନ୍ୟା ତାଣ୍ଡବ ରଚେ। ଏହାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ବରୀ ରେ ଜଳସମ୍ପଦ ବିଭାଗ ର ଡିଭିଜନ କାର୍ୟ୍ୟାଳୟ ଆରମ୍ଭ କରିଥିଲେ। ଦୀର୍ଘ ଦିନ ହେବ ଏହି କାର୍ୟ୍ୟାଳୟ ରେ କୌଣସି କର୍ମଚାରୀ ନଥିବା ବେଳେ ଜଣେ ପିଅନ କୁ ନେଇ ଚାଲିଛି କାର୍ୟ୍ୟାଳୟ । ସବୁଠାରୁ ବଡ଼ କଥା ହେଲା ଜଳ ସମ୍ପଦ ବିଭାଗ ବରୀ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବା ବେଳେ ଏଠାରେ କିନ୍ତୁ କର୍ମଚାରୀର ଘୋର ଅଭାବ। ସରକାର ଙ୍କ କେବଳ ଘୋଷଣା, ଘୋଷଣା ରେ ରହିଯାଏ ବୋଲି ଲୋକ କହୁଥିବା ବେଳେ ବରୀ ଜଳସମ୍ପଦ ବିଭାଗ କାର୍ୟ୍ୟାଳୟ ର ଖାଲି ଚେୟାର କୁ ଦେଖିଲେ ଏହା ଲୋକଙ୍କ କଥାକୁ ଖୋରାକ ଯୋଗାଇଛି । ଉକ୍ତ କାର୍ୟ୍ୟାଳୟ ରେ ଜଣେ ସବ୍ ଡିଭିଜନାଲ ଅଫିସର ଥିବା ବେଳେ ୪ ଜଣ କନିଷ୍ଠ ଯନ୍ତ୍ରୀ ରହିବା କଥା ମାତ୍ର କିଛି ମାସ ତଳେ ୨ ଜଣଙ୍କୁ ଏଠାରୁ ବଦଳି କରି ସେମାନଙ୍କ ସ୍ଥାନ ରେ କାହାରିକୁ ନିଯୁକ୍ତି ଦିଆଯାଇନାହିଁ। ସେହିପରି ଜଣେ କିରାଣୀ, ଜଣେ କ୍ୟାସିୟର,୧୬ ଜଣ ଖଲାସୀ,୪ ଜଣ ୱାର୍କସରକାର,୪ ଜଣ ରିଭର ଗାର୍ଡ ରହିବା କଥା ମାତ୍ର ଦୁଃଖ ପରିତାପ ର ବିଷୟ ଉକ୍ତ କାର୍ୟ୍ୟାଳୟ କେବଳ ସବ୍ ଡିଭିଜନ ଅଫିସର ଏବଂ ଦୁଇ ଜଣ କନିଷ୍ଠ ଯନ୍ତ୍ରୀ ଜଣେ ପିଅନ କୁ ଛାଡି ଦେଲେ ଅନ୍ୟ ସବୁ ପଦବୀ ଦୀର୍ଘ ବର୍ଷ ହେଲା ଖାଲି ପଡ଼ିଛି ତା ଛଡ଼ା ଜଳ ସମ୍ପଦ ବିଭାଗ ଅଧିନରେ ଥିବା ଡାକ ବଙ୍ଗଳା ରେ ବି କର୍ମଚାରୀ ଅଭାବ ଯୋଗୁଁ ସେଠାରେ ରକ୍ଷଣା ବେକ୍ଷଣ ହୋଇପାରୁନାହିଁ। ଉକ୍ତ କୋଠାରେ ଗଛ ଉଠିବା ସହ ଏହାର ଚତୃପାର୍ଶ୍ୱ ଘାସ ବଣ ପାଲଟିଲାଣି ସେଠାରେ ଦୁଇ ଜଣ କେୟାର ଟେକର ରହିବା ସହ ଜଣେ ନାଇଟ ୱାଚ୍ ମ୍ୟାନ ରହିବା କଥା ସେଠାରେ ମଧ୍ୟ ସବୁ ପଦବୀ ଖାଲି । ଏ ନେଇ ବରୀ ଏସ ଡି ଓ ତରୁଣକାନ୍ତି ଦାସ ଙ୍କୁ ପଚାରିବାରୁ କହନ୍ତି କର୍ମଚାରୀ ଅଭାବ ରୁ କାର୍ୟ୍ୟ କରିବାକୁ ବହୁତ୍ ଅସୁବିଧା ହେଉଛି ଏ ବିଷୟରେ ମୁଁ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇବି । ତେବେ ତୁରନ୍ତ ବରୀ ଜଳ ସମ୍ପଦ ଡିଭିଜନ ରେ ଖାଲି ଥିବା ପଦବୀ କୁ ପୁରଣ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।