ଦୁଇବର୍ଷ ପାଇଁ ନିଯୁକ୍ତି ବନ୍ଦ ନିଷ୍ପତି ଦୁର୍ଭାଗ୍ୟଜନକ : କଂଗ୍ରେସ

0

(ସରୋଜ କୁମାର ରାଉତ): କରୋନା ମହାମାରୀ ଆଳରେ ରାଜ୍ୟ ସରକାରଙ୍କ ଦୁଇବର୍ଷ ପାଇଁ କାର୍ଯ୍ୟବନ୍ଦ ଓ ନିଯୁକ୍ତି ବନ୍ଦ କରିବା ନିଷ୍ପତ୍ତି ରାଜ୍ୟର ଛାତ୍ର, ଯୁବ ସମାଜ ଓ ବିଶେଷକରି ବେକାର ଯୁବକଯୁବତୀଙ୍କୁ ହତାଶ କରିଛି । ଏନେଇ ଆଜି କଂଗ୍ରେସ ଭବନ ସମ୍ମୁଖରେ ଦଳର ଯୁବ ଛାତ୍ର ନେତା ସ୍ମୃତିରଞ୍ଜନ ଲେଙ୍କା ଓ ଜଯଣି ବିଧାୟକ ସୁରେଶ କୁମାର ରାଉତରାୟ ଧାରଣାରେ ବସିଥିଲେ । ସେମାନଙ୍କ କହିବାନୁଯାୟୀ ନିର୍ବାଚନୀ ଇସ୍ତାହାରରେ ବିଜେଡ଼ି କହିଥିଲା ଯେ ବର୍ଷକୁ ଏକଲକ୍ଷ ନିଯୁକ୍ତି ଦେବ । ମାତ୍ର ୨୦ବର୍ଷରେ ୨୦ଲକ୍ଷ ବଦଳରେ ରାଜ୍ୟ ସରକାର ମାତ୍ର ୫୦ ହଜାରରୁ କମ ନିଯୁକ୍ତି ଦେଇଛନ୍ତି । ନବୀନ ପଟ୍ଟନାୟକ ସରକାର ଦୀର୍ଘ ୨୦ବର୍ଷ ଧରି ଓଡ଼ିଶାର ଯୁବକ ଓ ଛାତ୍ରମାନଙ୍କୁ ଭୂଆଁ ବୁଲାଇ ଆସୁଛନ୍ତି । ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଜି କଂଗ୍ରେସ ଭବନ ସମ୍ମୁଖରେ ବସି ଯୁବ ଛାତ୍ର ନେତା ସ୍ମୃତିରଞ୍ଜନ ଲୋଙ୍କା ଓ ଜଟଣି ବିଧାୟକ ସୁରେଶ କୁମାର ରାଉତରାୟ ଚପଲ ପଲିସ କର ଅଭିନବ ଉପାୟରେ ଧାରଣାରେ ବସିଥିଲେ ।