ଦୁଗ୍ଧ ପ୍ରକିୟାକରଣ କାରଖାନା କାମ ଶେଷ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

0

(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: କଟକ ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପୁର – ଅରିଲୋ ଠାରେ ଓମଫେଡ଼ ନିର୍ମାଣଧୀନ ଦୁଗ୍ଧ ପ୍ରକିୟାକରଣ କାରଖାନାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଆଜି ପୂର୍ବାହ୍ନରେ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି କାରଖାନାରେ ୫ଲକ୍ଷ ଲିଟର ଦୁଗ୍ଧ ପ୍ରକିୟାକରଣ କରାଯିବ । ଏହି ଦୁଗ୍ଧ ପ୍ରକିୟାକରଣ କାରଖାନା ଦ୍ୱାରା ଓମପେଡ଼ ଉପଭୋକ୍ତା ମାନଙ୍କୁ ଉନ୍ନତି ମାନର କ୍ଷୀର ଓ ଦୁଗ୍ଧ ଜାତ ଦ୍ରବ୍ୟ ଯୋଗାଇ ପାରିବ । ଏହା ଦ୍ୱାରା ଦୁଗ୍ଧ ଚାଷୀ ମାନଙ୍କୁ ସେମାନଙ୍କର ସୌମାନଙ୍କର ଦୁଗ୍ଧ ନିମନ୍ତେ ଉଚିତ ମୂଲ୍ୟ ମିଳି ପାରିବ ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ ସାହୁଙ୍କ ପରିଦର୍ଶନ ସମୟରେ ନ୍ୟାସନାଲ ଡ଼ାଏରୀ ଡ଼େପ୍ଳେମେଣ୍ଟ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀ ଦିଲ୍ଳୀପ ରଥ,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର କମିଶନର ଶ୍ରୀ ଆର. ରଘୁ ପ୍ରସାଦ,ଜେନେଲା ମ୍ୟାନେଜର ଜେ.ଏସ ଗାନ୍ଧୀଙ୍କ ସମେତ ଓମଫେଡର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।