ଦୁଷ୍କର୍ମ ଓ ବ୍ଲାକମେଲିଙ୍ଗ ଅଭିଯୋଗରେ କନେଷ୍ଟବଳ ଗିରଫ

0

(ଜୟନ୍ତ କୁମାର ସେଠୀ)ଗୋପ: ମହିଳା ଙ୍କୁ ଦୁଷ୍କର୍ମ ଓ ବ୍ଲାକ ମେଲିଙ୍ଗ ଅଭିଯୋଗରେ କନେଷ୍ଟବଳ ଗିରଫ । ପୁରୀ ଜିଲ୍ଲା ନିମାପଡା ଥାନାର କନେଷ୍ଟବଳ ଗଙ୍ଗାଧର ରାଉତକୁ ସତ୍ୟବାଦୀ ପୋଲିସ ଗିରଫ କରିଛି । ସତ୍ୟବାଦୀ ଥାନା ରେ ଡ୍ୟୁଟି କରୁଥିବା ସମୟରେ ଜଣେ ମହିଳା ଙ୍କୁ ଏକ ମାମଲା ରେ ସହଯୋଗ କରିବାକୁ କହି ତାଙ୍କ ସହିତ ସମ୍ପର୍କ ସ୍ଥାପନ କରି ତାଙ୍କୁ ଦୁଷ୍କର୍ମ କରିବା ସହିତ ବ୍ଲାକ ମେଲିଙ୍ଗ କରିଥିଲେ। ସେନେଇ ମହିଳା ଜଣଙ୍କ ଅଭିଯୋଗ ଆଣିଥିଲେ । ପୁରୀ ଏସପିଙ୍କର ପାଖରେ ଅଭିଯୋଗ ପରେ ଏସପି ଙ୍କର ନିର୍ଦେଶ କ୍ରମେ ଗଙ୍ଗାଧରଙ୍କୁ ଗିରଫ କରିଛି ପୋଲିସ ।