ନବୀନଙ୍କୁ ଭେଟିଲେ ଶ୍ରୀଲଙ୍କା ଖେଳାଳି

Sri Lankan players met Naveen

0

ବାରବାଟୀରେ ମୁହାଁମୁହିଁ ହୋଇଛନ୍ତି ଲିଜେଣ୍ଡ ଲିଗ କ୍ରିକେଟର୍ସ । ସେଥିପାଇଁ ଭୁବନେଶ୍ୱରରେ ପହଁଚିଥିଲେ କ୍ରିକେଟର ମନେ । ଓଡ଼ିଶା ଆସିଲା ପରେ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଶ୍ରୀଲଙ୍କା ଦଳର ସ୍ପିନ ବୋଲିଙ୍ଗ ଯାଦୁଗର ମୁଥିଆ ମୂରଲୀଧରନ । ସନ୍ଧ୍ୟା ସମୟରେ ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀଙ୍କ ସେ ସାକ୍ଷାତ କରିଥିଲେ । ବିଲୱାରା କିଙ୍ଗସ ସହ ମଣିପାଲ ଟାଇଗର୍ସ ଏହି ୨ଦଳ ମଧ୍ୟରେ ଚାଲିଛି ମ୍ୟାଚ । ମ୍ୟାଚ୍ ପୂର୍ବରୁ ମଣିପାଲ ଟାଇଗର୍ସ ଦଳରେ ଖେଳୁଥିବା ମୁଥିଆ ମୂରଲୀ ଧରଣ ଏବଂ ଲିଜେଣ୍ଡ ଲିଗରେ ଖେଳୁଥିବା କିଛି ଖେଳାଳି ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା କରିଥିଲେ ।

ନବୀନ ଖେଳାଳି ମାନଙ୍କ ସହ କିଛି ସମୟ କଥାବାର୍ତ୍ତା ହୋଇଥିଲେ । ଏହାପରେ ନବୀନ ସେମାନଙ୍କୁ ହକିର ଟି-ସାର୍ଟ ଗିଫ୍ଟ କରିଥିଲେ । ବର୍ତ୍ତମାନ ଐତିହାସିକ ବାରବାଟୀ ଷ୍ଟାଡ଼ିଅମରେ ଚାଲିଛି ଲିଜେଣ୍ଡ ଲିଗ ।ତେଣୁ କ୍ରିକେଟର୍ସ ମାନଙ୍କୁ ପାଖରୁ ଦେଖିବା ପାଇଁ ଫ୍ୟାନ୍ସ ମାନେ ଖେଳ ଦେଖିବାକୁ ଉତ୍ସାହର ସହ ଯାଉଛନ୍ତି ।