ନିଯୁକ୍ତି ବନ୍ଦ ନିଷ୍ପତ୍ତି ଧର୍ମକୁ ଆଖି ଠାର: ଗୋଲକ

0

(ଭୁବନେଶ୍ୱର/ ଅରୁଣ ସାହୁ): କରୋନା ମହାମାରୀ ମଧ୍ୟରେ ରାଜ୍ୟର ଅର୍ଥନୀତି ବିଗିଡି ଯାଇଥିବା ଦର୍ଶାଇ ୭ ତାରିଖ ଦିନ ରାଜ୍ୟ ସରକାର ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ କୌଣସି ନିଯୁକ୍ତି ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ । ଏହି ଘୋଷଣା ପରେ ଗତକାଲି କଂଗ୍ରେସ ଦଳ ସରକାରକୁ ଘେରିଥିଲା । ଆଜି ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସରକାରକୁ ଘେରିଛି । ୨୦ ବର୍ଷର ସରକାର ନିକଟରେ ଶ୍ରମ ନିୟୋଜନ ବୋର୍ଡ ମାଧ୍ୟମରେ ୩୫ ଲକ୍ଷ ଯୁବକ ରେଜିଷ୍ଟ୍ରେସନ କରିଥିବା ବେଳେ ମୋଟେ ୧ ଲକ୍ଷ ୩୫ ହଜାର ନିଯୁକ୍ତି ପାଇଛନ୍ତି । ଏଭଳି ସ୍ଥଳେ ରାଜ୍ୟ ସରକାରଙ୍କ ନିଯୁକ୍ତି ବନ୍ଦ ନିଷ୍ପତ୍ତି ଧର୍ମକୁ ଆଖିଠାର ସଦୃଶ । ଦେଇଥିଲ କଣ ଯେ ,ବନ୍ଦ କରିବ ବୋଲି ବିଜେପିର ଉପସଭାପତି ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ।