ନିର୍ବାଚନ ସଂଗୀତ ଉପରେ ଆପତ୍ତି: ବଦଳାଇଲା କଂଗ୍ରେସ

0

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: କଂଗ୍ରେସର ପ୍ରଚାର ଗୀତକୁ ନେଇ ନିର୍ବାଚନ ଆପତି ଉଠାଇଥିଲେ । କଂଗ୍ରେସର ପ୍ରଚାର ସାଂପ୍ରଦାୟିକ ଏକତା ଉପରେ ପ୍ରଭାବ ପକାଉଥିବାରୁ ନିର୍ବାଚନ କମିସନ ଗୀତର କିଛି ଧାଡ଼ି କାଟିବାକୁ ଆଦେଶ ଦେଇଥିଲେ।
ଦଳ କରିଥିବା ଏନ୍‌ଓ୍ଵାଇଏଓ୍ଵାଇ ସ୍କିମ୍‌ ବିଷୟରେ ପ୍ରଚାର ଗୀତରେ ଥିବା ବେଳେ ମୋଦି ସରକାରଙ୍କୁ ଆକ୍ଷେପ କରି ବିମୁଦ୍ରିକରଣ,ମହିଳାଙ୍କ ସୁରକ୍ଷା, ଜିଏସ୍‌ଟି ଏବଂ କୃଷି ଆତ୍ମହତ୍ୟା ବିଷୟକୁ ନେଇ ପ୍ରଚାର ଗୀତରେ କିଛି ଧାଡ଼ି ଥିବାରୁ ସେ ମଧ୍ୟରୁ କିଛି ଧାଡ଼ି ହଟାଇବା ପାଇଁ କଂଗ୍ରେସକୁ ନିର୍ବାଚନ କମିସନ କହିଥିଲେ । ଏହି ସବୁ ଜିନିଷ ପ୍ରଚାର ଗୀତରେ ରହିବା ଦ୍ୱାରା ବିରୋଧି ଦଳମାନଙ୍କର ସମର୍ଥକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇପାରେ ବୋଲି ନିର୍ବାଚନ କମିସନ କହିବା ସହ ସେହି ସବୁକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଆଦେଶ ପରେ ପରେ କଂଗ୍ରେସ ପକ୍ଷରୁ ଗୀତର ଧାଡ଼ିକୁ ବଦଳା ଯାଇଛି ।