ନିଷାଦ ଦଳ ସହ ମିଶି ୟୁପିରେ ନିର୍ବାଚନ ଲଢିବ ବିଜେପି

0

ଲକ୍ଷେ୍ନø: ୟୁପି ନିର୍ବାଚନରେ ଆଜି ବିଜେପି ନିଜ ଶକ୍ତି ପ୍ରଦର୍ଶନ କରିଛି । ପାର୍ଟି ପକ୍ଷରୁ ନିଜ ସହଯୋଗୀ ଦଳଗୁଡିକ ସହ ମିଶି ଏକ ପ୍ରେସ ମିଟ ମାଧ୍ୟମରେ ନିଜ ଶକ୍ତି ପ୍ରଦର୍ଶନ କରିଛି । ପ୍ରେସ ମିଟରେ ସଂଜୟ ନିଷାଦ ମଧ୍ୟ ସାମିଲ ଥିବା ବେଳେ ଅନୁପ୍ରିୟା ପଟେଲ ନିଜ ମତ ରଖିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ତରଫରୁ ୧୦୭ଟି ସିଟରେ ପ୍ରାର୍ଥୀ ଘୋଷଣା କରାଯାଇଛି ।
ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି କି, ୟୁପି ନିର୍ବାଚନରେ ବିଜେପି ନିଜ ଦଳ ଓ ନିଷାଦ ଦଳ ସହ ମେଣ୍ଟରେ ନିର୍ବାଚନ ଲଢିବ । ସେ ଆହୁରି ମଧ୍ୟ ବିଶ୍ୱାସ ପ୍ରକଟ କରିଛନ୍ତି କି, ନିଜ ସହଯୋଗୀ ଦଳ ସହ ମିଶି ୟୁପିରେ ପୁଣି ପଦ୍ମ ଫୁଟାଇବେ ଓ ବିଜେପି ସରକାର କରିବ । ଗତ ପାଞ୍ଚ ବର୍ଷ ୟୁପିରେ ବିଜେପି ପ୍ରତ୍ୟେକ କ୍ଷେତ୍ରରେ କରିଥଥିବା କାର୍ଯ୍ୟକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ନଡ୍ଡା ଆହୁରି କହିଛନ୍ତି, ଏକ ଦୀର୍ଘ ମନ୍ଥନ ପରେ ବିଜେପି ପୁଣି ନିଜ ପୁରୁଣା ସାଥୀ ଦଳ ଓ ନିଷାଦ ପାର୍ଟି ସହ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଯାଉଛି । ସିଟ ବଣ୍ଟନକୁ ନେଇ ନିଷ୍ପତ୍ତି ନିଆଯାଇଛି ଓ ପ୍ରତ୍ୟେକ ରଣନୀତି ଉପରେ କାମ କରାଯାଇଛି । କିଛି ଦିନରେ ଔପରଚାରିକ ଘୋଷଣା କରାଯିବ ବୋଲି ନଡ୍ଡା କହିଛନ୍ତି ।