ନୂଆ ଭାରିଆଣ୍ଟ ଆସିବ: ଟେଡ୍ରୋସ

0

ନୂଆଦିଲ୍ଲୀ: ଏତେ ଶୀଘ୍ର କରୋନା ଆମ ପିଛା ଛାଡିବ ନାହିଁ । ଓମିକ୍ରନ ପରେ ନୂଆ ଭାରିଆଣ୍ଟ ଅ।।ସିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ କହିଛନ୍ତି । କିନ୍ତୁ ଦିନକ ଆଗରୁ ଆଇସିଏମଆର ଗବେଷକ ଡାକ୍ତର ସମୀରନ ପଣ୍ଡା କହିଥିଲେ ସ୍ଥାନୀୟ ସଂକ୍ରମଣ କମିଲେ ମାର୍ଚ୍ଚ ୧୧ ସୁଦ୍ଧା ଶେଷ ହେବ କରୋନା । ଟେଡ୍ରୋସ କହିଛନ୍ତି, କରୋନାର ଭୟାବହତ ଶେଷ ହୋଇଛି । ତଥାପି ଟୀକାକରଣକୁ ଜୋରଦାର କରିବାର ଆବଶ୍ୟକତା ରହିଛି । କାରଣ ଟୀକା ନେଇ ନ ଥିବା ଲୋକଙ୍କ ପାଇଁ କରୋନା ଘାତକ ସାବ୍ୟସ୍ତ ହେଉଛି ।
ଟେଡ୍ରୋସ ଆହୁରି କହିଛନ୍ତି, ବିଶ୍ୱରେ ଓମିକ୍ରନ ହସ୍ପିଟାଲିଟି ରେଟ କମିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗଇଛି । ବର୍ତ୍ତମାନ କରୋନା ଶେଷ ହେବାକୁ ନେଇ କିଛି କହିବା ଠିକ ହେବ ନାହିଁ । ଓମିକ୍ରନ ପରି ଅନ୍ୟ ଭାରିଆଣ୍ଟ ମଧ୍ୟ ଆଗକୁ ସୃଷ୍ଟି ହେବ ।