ନ୍ୟୁୟର୍କରେ ଗାନ୍ଧୀ ସୋଲାର ପାର୍କ ଉଦଘାଟନ କରିବେ ମୋଦି

0

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତର ୪ର୍ଥ ଦିନ । ଆଜି ମୋଦୀ ଆମେରିକାର ନ୍ୟୁୟର୍କରେ ବହୁ ପ୍ରତିକ୍ଷୀତ ୫୦ ହଜାର କିଲୋ ୱାଟର ‘ଗାନ୍ଧୀ ସୋଲାର ପାର୍କ’ ଉଦଘାଟନ କରବାକୁ ଯାଉଛନ୍ତି । ମୋଦୀଙ୍କ ଦ୍ୱାରା ଏହି ସୌର ଶକ୍ତି ପାର୍କ ଉଦଘାଟନ ଅବସରରେ ଉଭୟ ଭାରତ ଓ ଆମେରିକାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ପରିବର୍ତ୍ତିତ ଜୟବାୟୁକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଆମେରିକାର ନ୍ୟୁୟର୍କରେ ଗାନ୍ଧୀ ସୋଲାର ପାର୍କ ନିର୍ମାଣ ପାଇଁ ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିଲା ।
ପାଖାପାଖି ୧ ମିଲିୟନ ଆମେରିକୀୟ ଡଲାର ଏହି ପ୍ରକଳ୍ପରେ ଖର୍ଚ୍ଚ ହୋଇଛି । ନ୍ୟୁୟର୍କରେ ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଦ୍ୱାରା ସୌର ଶକ୍ତି ଉତ୍ପନ୍ନ ହେବ । ୩୦ ହଜାର କିଲୋଗ୍ରାମ କୋଇଲାରୁ ଯେତିକି ଶକ୍ତି ଉତ୍ପନ୍ନ ହୋଇପାରିବ ଗାନ୍ଧୀ ସୋଲାର ପାର୍କରୁ ସମାନ ପରିମାଣରେ ଶକ୍ତି ମିଳିପାରିବ । ଏହି ପାର୍କ ଆରମ୍ଭ ହୋଇଯିବା ପରେ କିଛି ପରିମାଣରେ ପ୍ରାକୃତିକ ସଂପଦକୁ ସଂରକ୍ଷିତ ରଖାଯାଇପାରିବ । କାରଣ କୋଇଲାରୁ ଉତ୍ପନ୍ନ ବିଦ୍ୟୁତ ପାଇଁ ବାୟୁ ପ୍ରଦୂଷଣ ହୋଇଥାଏ ।