ପଛ ସିଟ୍ରେ ବସିଲେ ବି ସିଟ ବେଲ୍ଟ ପିନ୍ଧିବା ବାଧ୍ୟତା ମୂଳକ
It is mandatory to wear a seat belt even if you are sitting in the back seat
ଓଡ଼ିଶାରେ କଡାକଡି ହେବ ସିଟ୍ ବେଲ୍ଟ ନିୟମ । ପଛ ସିଟରେ ବସୁଥିବା ଲୋକମାନେ ଏଣିକି ସିଟ୍ ବେଲ୍ଟ ପିନ୍ଧିବେ ।ତେଣୁ ଏହାପାଇଁ ହୋଇଛି ନୂତନ ନିୟମ । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପରିବହନ କମିଶନରଙ୍କୁ ଚିଠି ଲେଖାଯାଇଛି । ଦୁଇ ଚକିଆ ଓ ତିନି ଚକିଆ ଯାନକୁ ବାଦ ଦେଇ ବାକି ଯାନ ମାନଙ୍କ ପାଇଁ ଏହି ନିୟମଟି ଲାଗୁ ହେବ । ଯେଉଁ ଗାଡ଼ିରେ ଆଠରୁ କମ ସିଟ ଥିବ ଆଗସିଟରେ ବସୁଥିବା ଲୋକେ ସିଟ ବେଲ୍ଟ ପିନ୍ଧିବେ । ତେବେ ଯେଉଁ ଗାଡ଼ିରେ ୮ରୁ ଅଧିକ ସିଟ ରହିଛି ତାର ଫଛ ସିଟରେ ଆଗକୁ ମୁହଁ କରି ବସୁଥିବା ଲୋକ ମାନଙ୍କ ପାଇଁ ବେଲ୍ଟ ପିନ୍ଧିବା ବାଧ୍ୟତା ମୂଳକ ରହିଛି । ଚେକିଙ୍ଗ ସମୟରେ ଯେଉଁ ଗାଡ଼ିରେ ଲୋକେ ସିଟ ବେଲ୍ଟ ପିନ୍ଧି ନଥିବେ ସେହି ଗାଡି ଚାଳକକୁ ୧୦୦ ଟଙ୍କା ଜୋରିମନା ଲାଗିବ ବୋଲି ସେହି ଚିଠିରେ ଲେଖା ହୋଇଛି । ପଛ ସିଟରେ ବସୁଥିବା ଲୋକମାନେ ସିଟ ବେଲ୍ଟ ପିନ୍ଧିବାରେ ବାଧକ ନ ସାଜୁ ବୋଲି ଫିଟନେସ ବେଳେ ଗାଡିମାଲିକ ତାହା ଯାଂଚ କରିବେ । ଟାଟା ଗ୍ରୁପର ସାଇରସ ମିଷ୍ଟ୍ରିଙ୍କ ଦୁର୍ଘଟଣା ପରେ ସିଟ ବେଲ୍ଟ ପିନ୍ଧିବାକୁ ନେଇ କଡା ପଦକ୍ଷେପ ନିଆଯାଇଛି । ତେବେ ବସ ଯାତ୍ରୀମାନେ ବି ପଛ ସିଟରେ ବସିଲା ବେଳେ ସିଟ୍ ବେଲ୍ଟ ପିନ୍ଧିବେ । ନ ହେଲେ ଡ୍ରାଇଭରଙ୍କୁ ଦେବାକୁ ପଡିବ ୧୦୦୦ ଟଙ୍କା ଜୋରିମନା ।