Reporters Today
  • Home
  • Uncategorized
  • ପଦାରେ ପଡିଲା ଆଇଡିଏଚ୍ କୋଭିଡ ହେଲଥ ସେଣ୍ଟରର ଅବ୍ୟବସ୍ଥା
Uncategorized

ପଦାରେ ପଡିଲା ଆଇଡିଏଚ୍ କୋଭିଡ ହେଲଥ ସେଣ୍ଟରର ଅବ୍ୟବସ୍ଥା

(ଜୟନ୍ତ କୁମାର ସେଠୀ /ପୁରୀ): ପୁରୀ ଆଇଡିଏଚ୍ କୋଭିଡ ହେଲଥ ସେଣ୍ଟରରେ ଅବ୍ୟବସ୍ଥା। ପାନୀୟ ଜଳର ଉତ୍କଟ ସମସ୍ୟା। ନଅ ଦିନ ହେବ ଆକୁଆଗାର୍ଡ ଅଚଳ ହୋଇପଡିଛି। ଫଳରେ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି କରୋନା ଆକ୍ରାନ୍ତ ରୋଗୀ। ପାଣି ଟ୍ୟାପରେ ଯେଉଁ ପାଣି ଆସୁଛି ପିଇବା ଉପଯୋଗୀ ନୁହଁ। ପାଣିରୁ ଦୁର୍ଗନ୍ଧ ବାହାରୁଛି। ଆଜି ସକାଳୁ ଏପର୍ୟ୍ୟନ୍ତ ପିଇବାକୁ ପାଣି ମୁନ୍ଦାଏ ମିଳିନି। ଆଇଡିଏଚ୍ କୋଭିଡ ହେଲଥ ସେଣ୍ଟରରେ ୧୮ଜଣ ପଜିଟିଭ ଆକ୍ରାନ୍ତ ଆଡମିସନ ହୋଇ ଚିକିତ୍ସିତ ହେଉଛନ୍ତି। ଅତି ଦୁଃଖର ବିଷୟ ଏମାନଙ୍କ ପାଇଁ ତିନୋଟି ଲାଟିନ ବ୍ୟବସ୍ଥା କରାଯାଇଛି। ହେଲେ ତାହା ବ୍ୟବହାର ଉପଯୋଗୀ ନୁହେଁ। ତାକୁ ସଠିକ ଭାବେ ସଫେଇ କରାଯାଉନାହିଁ। ପଜିଟିଭ ଆକ୍ରାନ୍ତ ରୋଗୀ ବ୍ୟବହାର କରୁଥିଲେ ବି ସାନିଟାଇଜ କରାଯାଉନାହିଁ। ପୁରା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଏମିତିକି ନଅଦିନ ହେବ ଡାକ୍ତରଙ୍କ ମୁହଁ ଦେଖିବାକୁ ପାଇନାହାନ୍ତି ରୋଗୀ। ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନଥିବା ଅଭିଯୋଗ କରିଛନ୍ତି କୋଭିଡ ଆକ୍ରାନ୍ତ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Related posts

ହୃଦଘାତରେ ଯୁବକଙ୍କ ମୃତ୍ୟୁ

Report

ରୁଷଠୁ ମିଗ-୨୯ ଓ ସୁଖୋଇ ଯୁଦ୍ଧ ବିମାନ କିଣିବ ଭାରତ

Report

କେନାଲରେ ପାଣି ନାହିଁ, ପରିବାର ପ୍ରତିପୋଷଣ ଚିନ୍ତାରେ ଚାଷୀ

Report

Leave a Comment