ପାନୀୟ ଜଳ ଯୋଗାଣ କାର୍ୟ୍ୟର ଶୁଭାରମ୍ଭ

0

(ଜୟନ୍ତ କୁମାର ସେଠୀ /ପୁରୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ୧୦ ହଜାର ପରିବାରଙ୍କୁ ପାଇପି ମାଧ୍ୟମରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ପାଇପି ବିଛା କାର୍ୟ୍ୟର ଶୁଭାରମ୍ଭ ହୋଇଯାଇଛି । ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାଙ୍କ ବହୁ ଦିନର ଉଦ୍ୟମ ସଫଳ ହୋଇଛି । ମହାମାରୀ କରୋନା ଯୋଗୁ କୌଣସି ରାଜନୈତିକ ନେତା ବା ଅଧିକାରୀ ମାନଙ୍କୁ ନଡାକି ଏହି କାର୍ୟ୍ୟ ଉକ୍ତ ଠିକା ସଂସ୍ଥା ଆରମ୍ଭ କରିଛି । ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରୁ ପାଇପି ବିଛା କାର୍ୟ୍ୟର ଶୁଭାରମ୍ଭ କରାଯାଇଛି । ସୁଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ବିଭୁତିବାଟିକା ପରିସରରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ୟ୍ୟ ଜାରି ରହିଛି । ଏହି ପରିପେକ୍ଷୀରେ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୧୦ ହଜାର ପରିବାରଙ୍କ ଘର ଆଗରେ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏହି କାମକୁ ଏଲଆଣ୍ଡଟି କମ୍ପାନୀ ନେଇଥିବାର ଜଣାପଡିଛି । କମ୍ପାନୀର ତତ୍ୱାବଧାରକ ଇଂ ଭି . କାର୍ତ୍ତିକ, ଫିଲ୍ଡ ସୁପରଭାଇଜର ନିରଞ୍ଜନ ବାରିକ, ଓ ପିଏଚଡି ମିସ୍ତ୍ରୀ ଲକ୍ଷ୍ମୀଧର ପରିଡା ଏବଂ ଶ୍ରମିକ ମାନେ ଏହି କାର୍ୟ୍ୟ ଆରମ୍ଭ କରିଛନ୍ତି । ଏବେ ପ୍ରତି ଦୁଆର ମୁହଁରେ ପାନୀୟ ଜଳ ଯୋଗଇ ଦିଆଗଲେ ଯାହାକୁ ନେଇ ଗ୍ରାମବାସୀ ମାନେ ବହୁତ ଖୁସି ଥିବାର ଜଣାପଡିଛି । ଆଗରୁ ଯେଉଁ ପାନୀୟ ଜଳ ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିଲା ଏହି ଯୋଜନା ସଠିକ କାର୍ୟ୍ୟ କଲେ ପାନୀୟ ଜଳରୁ ଲୋକମାନେ ମୁକ୍ତି ପାଇବେ ବୋଲି ଗ୍ରାମବାସୀ ମାନେ କହନ୍ତି ।