ପାରାଦୀପ ମାଛଧରା ବନ୍ଦରରେ ରାଜ୍ୟ ମତ୍ସ୍ୟ ବିଭାଗ କମିଶନର

0

(ପ୍ରଶାନ୍ତ କୁମାର ସ୍ବାଇଁ) ପାରାଦୀପ : ପାରାଦୀପ ମାଛଧରା ବନ୍ଦରରେ ପହଁଚିଲେ ରାଜ୍ୟ ମତ୍ସ୍ୟ ବିଭାଗ କମିଶନର ତଥା ସଚିବ। ହାରବର୍ ଏରିଆ ବୁଲି ଦେଖିବା ସହ ମାଛଧରା ବନ୍ଦର କୁ ନବିକରଣ କରିବା ପାଇଁ ବୁଲି ସମିକ୍ଷା କରିଥିଲେ। ତେବେ ଏହି ଅବସରରେ ଭାରତୀୟ ମତ୍ସ୍ୟ ସର୍ବେକ୍ଷଣ ପକ୍ଷରୁ ବିଶାଖାପାଟଣା ରୁ ଏକ ଟିମ୍ ଆସି ମତ୍ସ୍ୟଜିବୀ ମାନଙ୍କୁ ବିଭିନ୍ନ ପ୍ରକାରର ମାଛ ଓ ମାଛଧରିବାର ପ୍ରଣାଳୀ ବିଷୟରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ତେବେ ସଚିବ ହାରବର୍ ବୁଲି ଦେଖିବା ସହ ପାରାଦୀପ ମାଛଧରା ବନ୍ଦର କୁ କିଭଳି ଆନ୍ତର୍ଜାତିୟ ସ୍ତରର ମାଛଧରା ବନ୍ଦର କରି ହେବ ସେ ନେଇ ଯୋଜନା ଆରମ୍ଭ କରିବା, ହାରବର୍ ଭିତରେ ମାର୍କେଟ କମ୍ପ୍ଲେକ୍ସ, ମାଛ ଗଛିତ ରହିବାପାଇଁ କୋଲ୍ଡ ଷ୍ଟୋର , ହାରବର୍ ଭିତରେ ବରଫ କଳ ନିର୍ମାଣ କରିବାର ଯୋଜନା ରହିଛି ବୋଲି ପ୍ରକାଶ କରିଛନ୍ତି। ତେବେ ସବୁଠାରୁ ବଡକଥା ହେଉଛି ସମୁଦ୍ର ମୁହାଁଣ ମୁହଁ ପୋତି ହୋଇ ଆସୁଥିବା ବେଳେ ଖୁବଶୀଘ୍ର ପାରାଦୀପ ବନ୍ଦର ସହିତ ଆଲୋଚନା କରାଯାଇ ମୁହାଁଣ ମୁହଁ ଖୋଳା ହେବାର କାର୍ୟ୍ୟ ଆରମ୍ଭ ହେବବୋଲି ସଚିବ ପ୍ରକାଶ କରିଛନ୍ତି।