( ଭୁବନେଶ୍ୱର / ରିପୋର୍ଟସଟୁଡେ) :ଫିଲ୍ମ ନିର୍ମାତା ସଂଜୟ ଲୀଳା ବଂଶାଲୀ ପ୍ରସିଦ୍ଧ କବି ଓ ଲେଖକ ସାହିର ଲୁଧିଆନବିଙ୍କର ଆତ୍ମଜୀବନୀ ଉପରେ ଫିଲ୍ମ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସଂଜୟ ଲୀଳା ବଂଶାଲୀ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କୁ ନେବା ପାଇଁ ସ୍ଥିର କରିଛନ୍ତି ।
ଏହି ଫିଲ୍ମଟି ସାହିର ଲୁଧିଆନବି ଏବଂ ଅମୃତା ପ୍ରୀତମଙ୍କର ପ୍ରେମ କାହାଣୀ ଉପରେ ଆଧାରିତ ହେବ । ଅଭିଷେକ ସାହିରଙ୍କର ଚରିତ୍ରରେ ନଜର ଆସିବା ସହ ଐଶ୍ୱର୍ୟ୍ୟା ଅମୃତାଙ୍କ ଚରିତ୍ରରେ ନଜର ଆସିବେ । ସାହିର ଜଣେ କବି ସହ ଫିଲ୍ମ ପ୍ରଯୋଜକ ମଧ୍ୟ ଥିଲେ ।
ସେ ଏକ ସାକ୍ଷାତକାରରେ ତାଙ୍କ ଆଗାମୀ ପ୍ରୋଜେକ୍ଟ ସଂପର୍କରେ ଜଣାଇଥିଲେ । ସେ କହିଥିଲେ କି “ଯେବେ ମୋର ଆଗାମୀ ଭବିଷ୍ୟତ କଥା ଉଠେ ସେ ସବୁ ମୁଁ ମୋର ନିର୍ଦ୍ଦେଶକ ଏବଂ ଫିଲ୍ମ ନିର୍ମାତାଙ୍କ ଉପରେ ଛାଡି ଦେଇଥାଏ” । ତାପରେ ସେ ଏକ ଭଲ ସ୍କ୍ରିପ୍ଟ୍ ଓ ଆଇଡିଆ ଏବଂ ଡିରେକ୍ଟରଙ୍କୁ ନେଇ କାମ କରନ୍ତି ବୋଲି କହିଛନ୍ତି ।
ଐଶ୍ୱର୍ୟ୍ୟା ପ୍ରଥମ ଥର ପାଇଁ “ଫନ୍ନେ ଖାଁ “ରେ ନଜର ଆସିଥିଲେ । ଏହି ଫିଲ୍ମରେ ଅନିଲ କପୁର ଏବଂ ରାଜକୁମାର ମୁଖ୍ୟ ଭୂମିକାରେ ଥିଲେ । ଏହି ଫିଲ୍ମରେ ଐଶ୍ୱର୍ୟ୍ୟା ସୁପରଷ୍ଟାର ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ଠିକଠାକ ବିଜନେସ କରିଥିଲା । ଏହି ଫିଲ୍ମରେ ତାଙ୍କର ଲୁକକୁ ନେଇ ଦର୍ଶକମାନେ ଅନେକ ତାରିଫ କରିଥିଲେ । ସେ ଅଭିଷେକ ବଚ୍ଚନଙ୍କ ସହ ମନ ମାର୍ଜିୟାରେ ପ୍ରଥମ ଥର ନଜର ଆସିଥିଲେ ।