ପୁଣି ଜଣେ ଫିଲ୍ମ ଷ୍ଟାରଙ୍କ ଆତ୍ମହତ୍ୟା

0

(ରିପୋର୍ଟସଟୁଡେ): ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କଥା ଲୋକଙ୍କ ମନରୁ ଲିଭିନଥିବା ବେଳେ ଏବେ ପୁଣି ଥରେ ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟାର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ମୃତ ଅଭିନେତା ଜଣକ ହେଲେ ସୁଶୀଲ ଗୌଡ଼। କନ୍ନଡ଼ ଅଭିନେତା ସୁଶୀଲ ଗୌଡ଼ଙ୍କ ମୃତଦେହ ତାଙ୍କ କର୍ଣ୍ଣାଟକସ୍ଥିତ ବାସଭବନରୁ ଉଦ୍ଧାର ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ସିନେ ଇଣ୍ଡଷ୍ଟ୍ରୀରେ ଶୋକର ଲହରୀ ଖେଳିଯାଇଛି। ତେବେ ସୁଶୀଲ ଏଭଳି ଅଚାନକ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ।ସୁଶୀଲ ଗୌଡ଼ କନ୍ନଡ଼ ଟିଭି ସିରିୟଲ ‘ଅନ୍ତପୁରା’ରେ ଦମ୍‌ଦାର ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ସେ କନ୍ନଡ଼ ଫିଲ୍ମ ସଲଗାରେ ମଧ୍ୟ ନଜର ଆସିଥିଲେ। ଏହି ଫିଲ୍ମରେ ସେ ପୋଲିସ ଭୂମିକାରେ ଅଭିନୟ କରିଥିଲେ।ସୁଶୀଲ ଗୌଡ଼ ଅଭିନେତା ହେବା ସହ ଜଣେ ଫିଟ୍‌ନେସ୍‌ ଟ୍ରେନର ମଧ୍ୟ ଥିଲେ। କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେ ନାଁ କମାଇବା ପାଇଁ ଲଗାତାର ପରିଶ୍ରମ ଜାରି ରଖିଥିଲେ। ଅଭିନେତ୍ରୀ ଅମିତା ରଙ୍ଗନାଥ ଇନ୍‌ଷ୍ଟ୍ରାଗ୍ରାମ୍‌ ଷ୍ଟୋରୀରେ ସୁଶୀଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଦେଖିବାକୁ ମିଳିଛି।