ପୁଣି ମାତିଲେ ମାଓବାଦୀ

0

ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକରେ ପୁଣି ମାତିଲେ ମାଓବାଦୀ । କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗାଁ ଠାରେ ଥିବା ଏସଭି ଏସ ଏମସି ନାମକ ଠିକା କମ୍ପାନୀର କ୍ୟାମ୍ପରେ ଥିବା ଟ୍ରକ ଜାଳିଦେଇଥିବା ସୁଚନା । ଟ୍ରକ ଜଳିବା ଶଦ୍ଦ ଶୁଣି କ୍ୟାମ୍ପରେ ଶୋଇଥିବା ପିଅନ ଉଠି ପଡ଼ିଥିଲେ ଏବଂ ଟ୍ରକଟିକୁ ଜଳିବରେ ଦେଖି ନିଆଁ ଲିଭାଇବା ପାଇଁ ଗ୍ରମବାସୀଙ୍କୁ ଡ଼ାକିଥିଲେ । ପରେ ଗ୍ରାମ ବାସୀ ଆସି ନିଆଁ ଲିଭାଇଥିଲେ । ମାଓବାଦୀ କଲ୍ୟାଣିସଂହପୁର ତହସିଲଦାର କାର୍ଯ୍ୟାଳୟ ଫାଟକରେ ୩ଟି ବ୍ୟାନର ଲଗେଇଥିବା ଦେଖିବାକୁ ମିଳିଛି । ବ୍ୟାନରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ସାଥୀ ମାଓବାଦୀ ଭାଇମାନଙ୍କୁ ହଇରାଣ କରୁଥିବାରୁ ଆମେ ରାସ୍ତାକୁ ବାହାରିବା ପାଇଁ ପ୍ରସ୍ତୁତ ହେଲୁ । ଅନ୍ୟପଟେ ପୋଲିସ ଘଟଣା ସ୍ଥଳରେ ପହଂଚି ପୋଷ୍ଟର ଗୁଡ଼ିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।