ପେଟ କାଟି କିଡ୍ନୀ କାଢ଼ିନେଲେ ଡାକ୍ତର! ଏହାର ପ୍ରତିବାଦରେ କ୍ୟାପିଟାଲ ହସ୍ପିଟାଲରେ ବିକ୍ଷୋଭ ପ୍ରଦର୍ଶନ

0

ଭୁବନେଶ୍ୱର : ସାଇକଲରୁ ପଡ଼ିଗଲା ଝିଅ। 9ବର୍ଷର ଝିଅ ପେଟ କାଟୁଛି କହିଲା। ପ୍ରଥମେ ନିଆଗଲା କ୍ୟାପିଟାଲ ହସ୍ପିଟାଲ। ସେଠାରୁ ରେଫର ହେଲେ କଟକ ମେଡିକାଲ କିନ୍ତୁ ବେଡ଼ ନାହିଁ କହିବାରୁ ପରିବାର ଲୋକେ ସମ୍ ହସ୍ପିଟାଲରେ କଲେ ଭର୍ତ୍ତି। କିଛିଦିନ ସମ୍ ହସ୍ପିଟାଲରେ ରହିବା ପରେ ଝିଅଟିର ମୃତ୍ୟୁ ହୋଇଥିଲା କିନ୍ତୁ ପେଟ କଟାଯାଇ କିଡ୍ନୀ କାଢ଼ି ନିଆ ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ପରିବାର ଲୋକେ ଆସିବା ପୂର୍ବରୁ ଝିଅକୁ ପ୍ୟାକିଂ କରିଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ଏବେ ଶତାଧିକ ଲୋକ କ୍ୟାପିଟାଲ ହସ୍ପିଟାଲରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।