ପୋଲିସ ହାବୁଡରେ ଗଞ୍ଜେଇ ବେପାରୀ

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ ): ଦିର୍ଘଦିନର ଯୋଜନା ପରେ ଖଣ୍ଡଗିରି ଥାନା ପୋଲିସ ହାବୁଡରେ ପଡିଲା ଚୋରା ଗଞ୍ଜେଇ ବେପାରୀ । ଖଣ୍ଡଗିରି ଥାନା ପଛ ପଟ ତପୋବନ ବସ୍ତିରେ ଚୋରା ଗଞ୍ଜେଇ ବେପାର କରୁଥିବା ପ୍ରଫୁଲ ଜେନା ପୋଲିସ ହାବୁଡରେ ପଡିଛି । ତାଠାରୁ ୩୮ କିଲୋ ଗଞ୍ଜେଇ ସହ ନଗଦ ୯୧ ହଜାର ଟଙ୍କା ଜବତ କରାଯାଇଛି । ନୟାଗଡ ଜିଲ୍ଲା ଇଟାମାଟି ଅଞ୍ଚଳର ପ୍ରଫୁଲ ଜେନା ତପୋବନ ବସ୍ତିରେ ରହି ଚୋରା ଗଞ୍ଜେଇ କାରବାର କରିଆସୁଥିଲା । ସେ କନ୍ଧମାଳରୁ ମାଲ ଆଣି ବରମୁଣ୍ଡା ଅଞ୍ଚଳର ଖୁଚୁରା ବେପାରୀଙ୍କ ଜରିଆରେ ଏହି କାରବାର କରୁଥିଲା । ପୋଲିସ ଆଖିରେ ଧୂଳି ଦେବାପାଇଁ ବସ୍ତିର ଏକ ପରିତ୍ୟକ୍ତ ଘରେ ପ୍ରଫୁଲ ମାଲ ଲୁଚାଇ ରଖୁଥିଲେ । ବସ୍ତିବାସୀନ୍ଦା ଜାଣି ମଧ୍ୟ ତାଙ୍କ ଭୟରେ ଚୁପ ରହୁଥିଲେ । ଗତକାଲି କନ୍ଧମାଳରୁ ବସ ଯୋଗେ ମାଲ ଆସିଥିବା ପୋଲିସକୁ ସୂଚନା ମିଳିଥିଲା ।ଖବର ପାଇ ଏସ୍ ଆଇ ଏସ୍ ଏନ ଓଝା ଓ ତାଙ୍କ ଟିମ ଯୋଜନା ମୁତାବକ ଜଗି ରହିଥିଲେ । ଗତ ସନ୍ଧ୍ୟାବେଳେ ପ୍ରଫୁଲ ଉକ୍ତ ପରିତ୍ୟକ୍ତ ଘରେ ଲୁଚାଇ ରଖିଥିବା ମାଲ ଆଣି ଖୁଚୁରା ବେପାରୀଙ୍କୁ ଦେବାପାଇଁ ପ୍ରସ୍ତୁତ ହେଉଥିବାବେଳେ ପୋଲିସ ପକ୍ଷରୁ ଚଢାଉ କାରାଯାଇଥିଲା । ସୂଚନା ଯେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।