ପୌର ନିର୍ବାଚନ କଥା ଭୁଲିଗଲେ କି ସରକାର ?

0

(ପ୍ରମିତ ପ୍ରମଥେଶ) ଭୁବନେଶ୍ୱର: ରାଜ୍ୟରେ ଏଯାଏଁ ହୋଇନାହିଁ ପୌର ନିର୍ବାଚନ। ୨୦୧୮ରେ ହେବାକୁ ଥିବା ପୌର ପରିଷଦ ନିର୍ବାଚନ ଦିନକୁ ଦିନ ବିଳମ୍ବ ହେବାରେ ଲାଗିଛି। ପ୍ରଥମେ ଲାଗିଲା ୨୦୧୯ ସାଧାରଣ ନିର୍ବାଚନ ପାଇଁ ବୋଧେ ଆମ ସରକାର ପୌର ନିର୍ବାଚନକୁ ଅଣଦେଖା କରୁଛନ୍ତି। କିନ୍ତୁ ସାଧାରଣ ନିର୍ବାଚନ ସରି ସରକାର ପୁର୍ଣ ବହୁମତ ସହ ପୁଣି ଗାଦିକୁ ଫେରିବାର ୯ ମାସ ବିତିଯାଇଥିଲେ ମଧ୍ୟ ପୌର ନିର୍ବାଚନର ସୋର ଶବ୍ଦ ନାହିଁ।

ବର୍ତ୍ତମାନ ରାଜ୍ୟର ସମସ୍ତ ପୌର ପରିଷଦ ଗୁଡିକ ପ୍ରଶାସନିକ ଅଧିକାରୀମାନଙ୍କ ହାତରେ ଅଛି। ନା ଅଛନ୍ତି କାଉନ୍ସିଲର ନା ଅଧକ୍ଷ। ଧୀରେ ଧୀରେ ପୁଣି ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ। କେତେବେଳେ କେଉଁ ନିର୍ବାଚନ ହେବ ତାକୁ ନେଇ ଦ୍ଵନ୍ଦ୍ଵରେ ଜନସାଧାରଣ। ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ରାଜ୍ୟ ପାଇଁ ଜରୁରୀ।

ସରକାର ଓ ନିର୍ବାଚନ କମିଶନ ଏଥିପ୍ରତି ଗୁରୁତ୍ୱ ଦେଲେ ସମସ୍ତ ରାଜ୍ୟ ବାସି ଉପକୃତ ହୁଅନ୍ତେ।