(ରିପୋର୍ଟସଟୁଡେ): ବାହାରିଲା ଆଇସିଏସଇ ରେଜଲ୍ଟ । ୨୦୨୦ର ICSE ଓ ISC ଫଳ ପ୍ରକାଶ ପାଇଛି । ଦଶମ ଶ୍ରେଣୀରେ ପାସ୍ ହାର ୯୯.୩୩ ପ୍ରତିଶତ ରହିଛି । ସେହିପରି ଦ୍ୱାଦଶ ଶ୍ରେଣୀରେ ପାସ୍ ହାର ରହିଛି ୯୬.୮୪ ପ୍ରତିଶତ । ଅପରାହ୍ଣ ୩ଟାରେ ପରେ ୱେବସାଇଟ୍ରେ ରେଜ୍ଲଟ୍ ଉପଲବ୍ଧ ହେଉଛି । www.icse.org ବା www.results.cisce.org ରେ ଲଗିଙ୍ଗ କରି ଛାତ୍ରଛାତ୍ରୀ ରେଜଲ୍ ଜାଣି ପାରିଛନ୍ତି ।ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣି ହେଉଛି । ବାତିଲ ହୋଇଥିବା ବିଷୟ ପାଇଁ ସିବିଏସ୍ଇ ଭଳି ବିକଳ୍ପ ମୂଲ୍ୟାୟନ କରି ଜୁଲାଇ ୧୫ ସୁଦ୍ଧା ଫଳ ପ୍ରକାଶ କରିବ ବୋଲି ଗତ ୨୬ ତାରିଖରେ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲା । ପରେ ଜୁଲାଇ ୨ ତାରିଖରେ, ପ୍ରତିଶତ ଭିତ୍ତିରେ ମୂଲ୍ୟାୟନ କରିବାକୁ ବୋର୍ଡ କହିଥିଲା। ଲକଡାଉନ୍ ପାଇଁ ସିବିଏସ୍ଇ ଓ ଆଇସିଏସ୍ଇର କେତେକ ବିଷୟରେ ପରୀକ୍ଷା ହୋଇ ପାରି ନଥିଲା ।