ପ୍ରଜା ଆନ୍ଦୋଳରେ ଗୁରୁତ୍ୱ ବହନ କରିଥିବା ରାଜା ଉଆସ ଏବେ ଭୂତ କୋଠି

0

(ସୁବର୍ଣ୍ଣପୁର / ଓମ୍ ପ୍ରକାଶ ମିଶ୍ର ) : ଯେଉଁ ଆନ୍ଦୋଳନ ଦିନେ ସମଗ୍ର ରାଜ୍ୟରେ ଚହଳ ପକେଇ ଦେଇଥିଲା ।ଏହି ପଯ୍ୟଟନ ସ୍ଥଳୀ ର ରାଜା ଉଆସ ଏବେ ଭୁତ କୋଠରୀରେ ପରିଣତ ହୋଇ ପଡିଥିବା ଦେଖିବାକୁ ମିଳିଛି।ଏହି ରାଜା ଉଆସ ଆନ୍ଦୋଳରେ ଝାସ ଦେଇଥିବା ସେଦିନର ନଅଜଣ ଯୁବକଙ୍କ ସ୍ମୃତି ବହନ କରିଛି । ହେଲେ ଆଜିଯାଏଁ ସୁବର୍ଣ୍ଣପୁର ପ୍ରଶାସନ ଦୃଷ୍ଟି ଦେଇ ନ ଥିବା ଅଭିଯୋଗ ହେଉଛି । ସୋନପୁର ସହରର ମହାନଦୀ କୂଳରେ ଥିବା ଗଡଜାତରେ ଏକମାତ୍ର ସ୍ମାରକୀ କୋଠା ଆଜି ଅବହେଳିତ ରେ ପଡିଛି । ଯେଉଁ କୋଠାରେ ଗଡଜାତ ର ପ୍ରଜାମଣ୍ଡଳ ଆନ୍ଦୋଳନର ଗାନ୍ଧିଜୀଙ୍କ ଡାକରାରେ ଇଂରେଜ ଓ ରାଜତନ୍ତ୍ର ବିରୁଦ୍ଧରେ ଚାଲିଥିଲା ଏହି ଆନ୍ଦୋଳନ । ଏଇ ସମୟରେ ସୋନପୁର ଗଡଜାତରେ ପ୍ରଜା ଆନ୍ଦୋଳନର ସଂପାଦକ ରାମଚନ୍ଦ୍ର ଶତପଥୀଙ୍କ ନେତୃତ୍ବରେ ହୋଇଥିଲା ପ୍ରଜା ସମାବେଶ । କାଳେ ଜେଲ୍ରେ ରଖିଲେ ବନ୍ଦୀଙ୍କୁ ଅଣାଯାଇ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ସେହି ଭୟରେ ରାଜା ଏହି ଐତିହାସିକ କୋଠାରେ ରଖି ଶାରୀରିକ ଓ ମାନସିକ ନିର୍ୟାତନା ଦେଇଥିଲେ । ଆଜି ସେହି ଐତିହାସିକ କୋଠା ରହିଯାଇଛି ସରକାର ଓ ପ୍ରଶାସନର ଦୃଷ୍ଟି ଆଢୁଆଳରେ ।
ସୋନପୁର ଗଡଜାତର ଚୌହାନ ରାଜା ନିଳାଦ୍ରୀ ସିଂଦେଓ ଏହି କୋଠାକୁ ୧୮୬୪ ମସିହାରେ ତିଆରି କରିଥିଲେ । ପ୍ରଜା ଆନ୍ଦୋଳନ ଗଡଜାତରେ ଉଗ୍ରରୂପ ଧାରଣ କରିବା ପରେ ବନ୍ଦୀଶାଳାରେ ଭାବେ ବ୍ୟବହାର ହେଉଥିବା ଏହି କୋଠାଟି । ପ୍ରଜାମଣ୍ଡଳ ଆନ୍ଦୋଳନର ନବରତ୍ନଙ୍କୁ ଗିରଫ କରାଯାଇ ଦୀର୍ଘ ଦୁଇ ବର୍ଷ ଏହି କୋଠାରେ ରଖାଯାଇଥିଲା । ଏହି କୋଠାର ପ୍ରତ୍ୟେକ ବଖରାରେ ଜଣେ ଜଣେ ବନ୍ଦୀଙ୍କୁ ରଖାଯିବା ସହିତ କୋଠାର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଯେଉଁ କୋଠାରେ ସଂଗ୍ରାମୀମାନେ ଶାରୀରିକ ଓ ମାନସିକ ନିର୍ୟାତନା ସହି ଆମକୁ ସ୍ବାଧୀନତା ସଂଗ୍ରାମୀମାନେ ବ୍ୟବହାର କରିଥିବା ଏହି ଐତିହାସିକ କୋଠା କିନ୍ତୁ ଆଜି ଅବହେଳିତ ।
ରାଜତନ୍ତ୍ରର ଅବସାନ ପରେ ଏହି କୋଠାର ସୁରକ୍ଷା ଓ ଉନ୍ନତି କରଣ ଦିଗରେ କେହି ଧ୍ୟାନ ଦେଇ ନାହାନ୍ତି ଆଜିଯାଏଁ । ଏହି କୋଠାର ବିକାଶ କରାଯାଇ ସଂଗ୍ରାମୀ ଙ୍କ ସୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଗଲେ ତାଙ୍କ ପ୍ରତି ଗଭୀର ସମ୍ମାନ ନିଶ୍ଚୟ ହୋଇ ପଡିବ ବୋଲି କହିଛନ୍ତି।