ପ୍ରବେଶ ପଥରେ ହେବ ସ୍ୱାଗତ ଓ ସ୍କ୍ରିନିଂ: ବିଏମସି

0

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ କୋରୋନା ଭୂତାଣୁ କାୟାବିସ୍ତାର କରିଚାଲିଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ୮୩ ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ କୋରୋନ ପଜେଟିଭ ଚିହ୍ନଟ ହୋଇଛି । ସେମାନେ ସମସ୍ତେ ରାଜ୍ୟ ବାହାରୁ ଫେରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ରାଜଧାନୀ ଭୁବନେଶ୍ୱରରେ କୋରୋନା ମୁକାବିଲା ପାଇଁ ବିଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ବିଭିନ୍ନ ଅଞ୍ଚଳରୁ ଚିହ୍ନଟ ହୋଇଥିବା କୋରୋନା ପଜେଟିଭ ଲୋକଙ୍କ ସ୍ୱାବ ସଂଗ୍ରହ କରାଯାଉଥିବା ବେଳେ ପ୍ରତ୍ୟକ ଘର ଘର ବୁଲି ତଥ୍ୟ ସଂଗ୍ରହ କରାଯାଉଛି । ରବିବାର ବିଏମସି ପକ୍ଷରୁ ଭୁବନଶ୍ୱେରରେ ୩ ପଥରେ ସ୍ୱାଗତ କେନ୍ଦ୍ର କରାଯିବାକୁ ନିଷ୍ପତି ନିଆଯାଇଛି । ଭୁବନେଶ୍ୱର ମଧ୍ୟକୁ ପ୍ରବେଶ କରିବା ପାଇଁ ପ୍ରଥମେ ପ୍ରବାସୀଙ୍କ ଶରୀରରେ ତାପମାତ୍ରା ଜାଣିବା ପାଇଁ ଥର୍ମାଲ ସ୍କ୍ରିଂନି କରିବାକୁ ନିଷ୍ପତି ନିଆଯାଇଛି । ତେବେ କଟକ ପଟୁ ଆସୁଥିବା ପ୍ରବାସୀଙ୍କ ରସୁଲଗଡ ସ୍ଥିତ କୋଚିଲ ଖାଇ ହାଟରେ ବାମ ପାଶ୍ୱର୍ରେ ଥିବାର ଆଶ୍ରମ ସ୍କୁଲ, ସହ ଖୋର୍ଦ୍ଧା ପଟୁ ଆସୁଥିବା ପ୍ରବାସୀଙ୍କୁ ଖଣ୍ଡଗିରି ତପୋବନ ସ୍କୁଲ ଓ ପୁରୀ ପଟୁ ଆସୁଥିବା ପ୍ରବାସୀଙ୍କୁ ଉତ୍ତରା ଛକ ନିକଟ କୃପାଜଳ ଇଞ୍ଜିନିୟରିଂ କଲେଜରେ ସ୍ୱାଗତ କରାଯିବ । ପ୍ରବାସୀମାନେ ପ୍ରବେଶ ପଥରେ ପହଞ୍ଚି ନିଜକୁ ପଞ୍ଜିକରଣ କରିବେ । ସେହପରି ପ୍ରବାସୀମାନଙ୍କୁ ଥର୍ମାଲ ସ୍କ୍ରିନିଂ ପରେ ସଙ୍ଗୋରୋଧ ଗୃହକୁ ପଠାଯିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ । ସୂଚନା ଥାଉକି , ୫୯ ହଜାର ୭୮୦ ଟି ଟେଷ୍ଟ ମଧ୍ୟରୁ ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା ୩୭୭ ପଜେଟିଭ । ସେମାନଙ୍କ ମଧ୍ୟରୁ ୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେବି ୩୦୬ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କୋରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତ ସବୁ ରାଜ୍ୟ ବାହାରୁ ଆସିଥିବା ସୂଚନା ମିଳିଛି । କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ୱାବ ଟେଷ୍ଟ ପରେ ପଜେଟିଭ ରିପୋର୍ଟ ବାହାରିଛି । ସେହିଭଳି ଆଜି ଗୋଟିଏ ଦିନରେ ୮୩ ଟି ପଜେଟିଭ ଚିହ୍ନଟ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩୬, ବାଲେଶ୍ୱର ଜିଲ୍ଲାରୁ-୧୫, ଅନଗୁଳ-୧୫, ଭଦ୍ରକ-୬, ଯାଜପୁର-୫ , ବୌଦ୍ଧ-୩, ପୁରୀ-୨ ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛି ।